ପୁଲିସର ଗୀତ ଶୁଣି ଚାଷୀ କହିଲେ- ବନ୍ଦ କର, କଷ୍ଟ ହେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 1, 2021

ପୁଲିସର ଗୀତ ଶୁଣି ଚାଷୀ କହିଲେ- ବନ୍ଦ କର, କଷ୍ଟ ହେଉଛି

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ। ୨ ମାସରୁ ଅଧିକ ସମୟ ଧରି ନିଜ ଜିଦ ଅଡି ବସିଛନ୍ତି ଶତାଧିକ ଅନ୍ନଦାତା। ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି ଚାଷୀ ଆନ୍ଦୋଳନ। ସେମାନେ ଧାରଣାରୁ ହଟିବାର ନାଁ ନେଉ ନାହାନ୍ତି। ଫଳରେ କୌଣସି ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି ଧାରଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଏହି ସମୟରେ ଦିନରାତି ଧରି ପହରା ଦେଉଥିବା ପୁଲିସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସିଙ୍ଘୁ ସୀମାରେ ଡିଜେ ଲଗାଯାଇଛି। ଏଥିରେ  ବଲିଉଡ ଫିଲ୍ମ ‘ବର୍ଡର’ର ସନ୍ଦେଶେ ଆତେ ହୈ… ଗୀତ ବାଜୁଛି। କିନ୍ତୁ କୃଷକମାନେ ଏହି ଗୀତକୁ ବନ୍ଦ କରିବା ପାଇଁ କହିବା ସହ ଏହି ଗୀତ ଶୁଣି କଷ୍ଟ ହେଉଥିବା କହିଛନ୍ତି।

କୃଷକମାନେ ଡିଜେ ବନ୍ଦ କରିବାକୁ ଦାବି କରିଛନ୍ତି। ତାଙ୍କ କହିବାନୁସାରେ, ଡିଜେ ବଜାଇଲେ ସେମାନଙ୍କୁ ସମସ୍ୟା ହେଉଛି। ଏଥିପାଇଁ କୃଷକମାନେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛନ୍ତି।


କିଶାନ ମଜଦୁର ସଙ୍ଘର୍ଷ ସମିତି ପଞ୍ଜାବ ପ୍ରାନ୍ତର ଅଧ୍ୟକ୍ଷ କହିଛନ୍ତି ଯେ, ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ହେଲେ ପ୍ରଥମେ ଗିରଫ ଚାଷୀଙ୍କୁ ମୁକ୍ତ କରନ୍ତୁ। ବ୍ୟାରିକେଡ୍ ସହ ପାଣି ଓ ଇଣ୍ଟରନେଟ୍ ଓ ଶୌଚାଳୟ ଉପରୁ କଟକଣା ହଟାନ୍ତୁ। ଏହାସହ ସେ ଡିଜେ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି।

କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଜାନୁଆରୀ ୨୬ ତାରିଖରେ ହୋଇଥିବା ଦଙ୍ଗା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ । ସେହି ସମୟରେ ପଥରମାଡ ହୋଇଥିଲେ । ପଥର ମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ଏହାସହ ଗିରଫ କୃଷକ ତଥା ସାମ୍ବାଦିକ ମନଦୀପ ପୁନିଆଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କୃଷକ ସଙ୍ଗଠନ ଦାବି କରିଛି ।

ସୂଚନା ଯୋଗ୍ୟ ଯେ, ୨୬ ଜାନୁଆରୀ ଦିନ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ଦୁର୍ବଳ ହେବାକୁ ଲାଗିଥିଲା କିନ୍ତୁ ଚାଷୀ ନେତା ରାକେଶ ଟିକୈତଙ୍କ କାନ୍ଦିବା ଭିଡିଓ ପରେ ମୁଜାଫରନଗରରେ ଏକ ମହାଯାତ୍ର ଆୟୋଜନ କରାଯାଇଥିଲା। ଏହା ପରେ ବହୁ ସଂଖ୍ୟାରେ ଚାଷୀ ଗାଜିପୁର ସୀମାରେ ପହଞ୍ଚିବା ଆରମ୍ଭ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଥିଲା।

The post ପୁଲିସର ଗୀତ ଶୁଣି ଚାଷୀ କହିଲେ- ବନ୍ଦ କର, କଷ୍ଟ ହେଉଛି appeared first on Odisha Reporter.



from Odisha Reporter https://ift.tt/3cF1Cfo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages