ପୋଲିଓ ବୁନ୍ଦା ବଦଳରେ ଦେଲେ ସାନିଟାଇଜର, ୧୨ ଶିଶୁ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 1, 2021

ପୋଲିଓ ବୁନ୍ଦା ବଦଳରେ ଦେଲେ ସାନିଟାଇଜର, ୧୨ ଶିଶୁ ଅସୁସ୍ଥ

ମହାରାଷ୍ଟ୍ର: ସ୍ୱାସ୍ଥ୍ୟକର୍ମୀଙ୍କ ସଂଘାତିକ ଅବହେଳା। ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଗଲା ହ୍ୟାଣ୍ଡ ସାନିଟାଇଜର ଡ୍ରପ୍। ହ୍ୟାଣ୍ଡ ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ରର ୟାଭତମାଲରୁ ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନାନୁସାରେ, ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କୁ ପୋଲିଓ ଅଭିଯାନ ଚାଲିଥିଲା। ଏହି ସମୟରେ ୟାଭତମାଲ ଜିଲ୍ଲାରେ ଘାଟାନଜିର କାପାସି-କୋପାରୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର୍ ପିଆଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

ଅଧିକାରୀଙ୍କ କହିବାନୁସାରେ, କିଛି ପିଲାଙ୍କୁ ପୋଲିଓ ଡ୍ରପ୍ ବଦଳରେ ସାନିଟାଇଜର ଦିଆଯାଇଥିଲା। ଏହାପରେ ଅନେକ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଅନେକ ପିଲାଙ୍କୁ ବାନ୍ତି ମଧ୍ୟ ହୋଇଥିଲା।  ପରେ ସମସ୍ତ ଗୁରୁତର ଶିଶୁଙ୍କୁ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ କହିଛନ୍ତି, ବର୍ତ୍ତମାନ ସମସ୍ତ ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସୁଧାର ଆସୁଛି। ୟାଭତମାଲ ଜିଲ୍ଲାପାଳ ଏମ ଦେବେନ୍ଦ୍ର ସିଂ ରବିବାର ରାତିରେ ଡାକ୍ତରଖାନା ପରିଦର୍ଶନ କରି ପିଲାମାନଙ୍କର ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସେ ଜିଲା ପରିଷଦର ସିଇଓ ଶ୍ରୀକୃଷ୍ଣ ପଞ୍ଚଲଙ୍କୁ ମହାରାଷ୍ଟ୍ରର କପସି-କୋପାରୀ ଗ୍ରାମ ପରିଦର୍ଶନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୋମବାର ବିଳମ୍ବିତ ରାତିରେ ପ୍ରାଥମିକ ଅନୁସନ୍ଧାନ ପରେ ଜଣେ ସିଏଚଓ, ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କୁ ନିଲମ୍ବିତ କରିଛନ୍ତି। ତଦନ୍ତ ଚାଲିଛି ।

The post ପୋଲିଓ ବୁନ୍ଦା ବଦଳରେ ଦେଲେ ସାନିଟାଇଜର, ୧୨ ଶିଶୁ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/36AO1lD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages