ମୋରିସ୍ ନୁହନ୍ତି, ଏହି ଖେଳାଳି ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ମୋରିସ୍ ନୁହନ୍ତି, ଏହି ଖେଳାଳି ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି

ଚେନ୍ନାଇ, ଚଳିତ ଆଇପିଏଲ୍ ପାଇଁ ଅକ୍ସନ୍ ଶେଷ ହୋଇଛି। ଏଥର ଆଇପିଏଲ୍ ଅକ୍ସନରେ ବହୁ ରେକର୍ଡ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ୍ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବୋଲି କୁହାଯାଉଛି। ମୋରିସଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଛି। କିନ୍ତୁ ମୋରିସ୍ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ନୁହନ୍ତି। ଏହା ଆମେ କହୁନୁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର କ୍ୟାପଟେନ୍ ବିରାଟ୍ କୋହଲି ହିଁ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି। କାରଣ କୋହଲି ପ୍ରତି ସିଜନ୍ ପାଇଁ ଫ୍ରାଞ୍ଚାଇଜିଙ୍କଠାରୁ ୧୭ କୋଟି ଟଙ୍କା ନିଅନ୍ତି।

ଯଦି ଆମେ ଅକ୍ସନକୁ ଦେଖିବା, ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ ଯୁବରାଜ ସିଂହଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। ଯାହାକି ଭାରତୀୟ ଭାବେ ଯୁବରାଜ ସବୁଠାରୁ ଖେଳାଳି। କିନ୍ତୁ ବିଦେଶୀ ଖେଳାଳି ଭାବେ ପ୍ୟାଟ୍ କମିନ୍ସ ଗତ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧୫.୫ କୋଟି ଟଙ୍କାରେ କିଣିଥିଲା। ଏଥିସହ କମିନ୍ସ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଥିଲେ। କିନ୍ତୁ ଚଳିତ ସଂସ୍କରଣରେ ମୋରିସ ୧୬.୨୫ ଟଙ୍କାରେ ବିକ୍ରି ହୋଇ ଅକ୍ସନରେ ସବୁଠାରୁ ମହଙ୍ଗା ହୋଇଛନ୍ତି।

ବିରାଟ୍ କୋହଲି (ଫାଇଲ୍ ଫଟୋ)

୨୦୧୮ରେ ଆଇପିଏଲର ମେଗା ଅକ୍ସନ୍ ହୋଇଥିଲା, ଯେଉଁଥିରେ ଫ୍ରାଞ୍ଚାଇଜିଙ୍କୁ ଅତି ବେଶୀରେ ତିନି ଜଣ ଖେଳାଳିଙ୍କୁ ରିଟେନ୍ କରିବାକୁ କୁହାଯାଇଥିଲା। ଏହି ତିନି ଜଣଙ୍କ ମଧ୍ୟରୁ ପ୍ରଥମ ଖେଳାଳିଙ୍କୁ ୧୫ କୋଟି, ଦ୍ୱିତୀୟ ଖେଳାଳିଙ୍କୁ ୧୧ କୋଟି ଏବଂ ତୃତୀୟ ଖେଳାଳିଙ୍କୁ ୭ କୋଟି ଟଙ୍କାରେ ରିଟେନ୍ ପାଇଁ ନିୟମ ରହିଥିଲା। ଯାହା ପରେ ଆରସିବି କୋହଲିଙ୍କୁ ଆଉ ୨ କୋଟି ଟଙ୍କା ଅଧିକ ଦେଇ ଅର୍ଥାତ ୧୭ କୋଟି ଟଙ୍କା ଦେଇ ରଖିଥିଲା।

ସେହି ସଂସ୍କରଣରେ ଦ୍ୱିତୀୟ ପସନ୍ଦର ଖେଳାଳି ଭାବେ ଆରସିବି ଏବି ଡି’ଭିଲିୟର୍ସଙ୍କୁ ୧୧ କୋଟି ଟଙ୍କାରେ ଏବଂ ତୃତୀୟ ଖେଳାଳି ଭାବେ ସର୍ଫରାଜ ଖାନଙ୍କୁ ୧.୭୫ କୋଟି ଟଙ୍କାରେ ଆରସିବି ରିଟେନ୍ କରିଥିଲା। ୨୦୧୮ ପରଠାରୁ କୋହଲିଙ୍କୁ ଆରସିବି ପ୍ରତି ବର୍ଷ ୧୭ କୋଟି ଟଙ୍କା ଦେଇ ଆସୁଛି। ତେବେ ଆସନ୍ତା ସିଜନରୁ ଏହି ଢାଞ୍ଚା ବଦଳିପାରେ। କାରଣ ଆସନ୍ତା ଆଇପିଏଲରେ ପୁଣିଥରେ ମେଗା ଅକ୍ସନ୍ ହେବ।

The post ମୋରିସ୍ ନୁହନ୍ତି, ଏହି ଖେଳାଳି ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି appeared first on Odisha Reporter.



from Odisha Reporter https://ift.tt/3aALdHM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages