ଚେନ୍ନାଇ: ବଲିଉଡ ଅଭିନେତ୍ରୀରୁ ମାଛଧରାଳି ସାଜିଲେ ସନ୍ନି ଲିଓନ। ନଦୀ ମଝିରେ ଡଙ୍ଗାରେ ବସି ପାରମ୍ପରିକ ମାଛଧରାଳି ଲୁକରେ ଆସିଲେ ନଜର। ତାଙ୍କୁ ପୁରାପୁରି ସାଉଥ ଇଣ୍ଡିଆନ ଗେଟ୍ଅପରେ ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୂର୍ବରୁ ସନ୍ନିଙ୍କ ସୁଇମିଂ ଫୁଲରେ ଜମ୍ପ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କର ଏହି ମଛଧାରାଳି ଲୁକ ସାମ୍ନାକୁ ଆସିଛି। ସେ କେରଳରେ ଡଙ୍ଗାରେ ବସି ଫଟୋସୁଟ୍ କରିଛନ୍ତି। ଏହି ଫଟୋରେ ସେ କେରଳର ରଙ୍ଗରେ ରଙ୍ଗେଇ ହୋଇଛନ୍ତି। ସେ ମଥାରେ ସାଉଥଇଣ୍ଡିଆନ ଟିକା ଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି। ପ୍ରଶଂସକମାନେ ସନ୍ନିଙ୍କ ଏହି ନୂଆ ଲୁକକୁ ବେଶ ପସନ୍ଦ କରୁଛନ୍ତି । ତାଙ୍କ ଫଟୋରେ ହଜାର ହଜାର କମେଣ୍ଟ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି।
ବିଗ୍ବସ ସିଜିନ-୫ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ସନ୍ନି ଲିଓନ ମହେଶ ଭଟ୍ଟଙ୍କ ‘ଜିସ୍ମ-୨’ ଫିଲ୍ମରୁ ବଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସନ୍ନି ବି-ଟାଉନରେ ଲଗାତର ଆକ୍ଟିଭ ଅଛନ୍ତି। ସେ ବଲିଉଡ ବ୍ୟତୀତ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଆଗକୁ ବିକ୍ରମ ଭଟ୍ଟଙ୍କ ୱେବ ସିରିଜ ‘ଅନାମିକା’ରେ ସେ ନଜର ଆସିବେ।
View this post on Instagram
The post ଅଭିନେତ୍ରୀରୁ ମାଛଧରାଳି ସାଜିଲେ ସନ୍ନି appeared first on Odisha Reporter.
from Odisha Reporter https://ift.tt/3s0dj50
No comments:
Post a Comment