ଆତଙ୍କବାଦୀ ହମଲା ପଛରେ କିଏ?‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଆତଙ୍କବାଦୀ ହମଲା ପଛରେ କିଏ?‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାଘତ ବାର୍ଜୁଲା ଅଞ୍ଚଳର  ବିଚ୍‌ ରାସ୍ତାରେ ପୁଲିସ କର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ ହୋଇଛି। ଏକେ-୪୭ ବନ୍ଧୁକ ଧରି ପେଲିସ୍ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିଛି ଆତଙ୍କବାଦୀ। ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ଅଧିକାରୀ ସହୀଦ ହୋଇଛନ୍ତି। ଏହି ପୁରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି।  ତେବେ ଏହି ଆତଙ୍କବାଦୀ ହମ୍‌ଲା ପଛରେ ରହିଛି ଆତଙ୍କବାଦୀ ସଙ୍ଗଠନ ଟିଆର୍‌ଏଫ୍‌ର ହାତ। ଲସ୍କର-ଇ-ତୋଇବାର ଶାଖା ଟିଆର୍‌ଏଫ୍ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

କେବଳ ସେତିକି ନୁହେଁ ଟେଲିଗ୍ରାମର ଏକ ପୋଷ୍ଟରେ ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍‌ ଧମକ ମଧ୍ୟ ଦେଇଛି। ଆଗକୁ ନୂଆ ତରିକାରେ ଏହାଠାରୁ ମଧ୍ୟ ବଡ ଧରଣର ଆକ୍ରମଣ ହେବ ବୋଲି ସେ ଧମକ ଦେଇଛି।

ଏହି ଆତଙ୍କୀ ହମଲାରେ ସହୀଦ ହୋଇଥିବା ଦୁଇ ପୁଲିସ କର୍ମୀ ହେଲେ ମହମ୍ମଦ ୟୁସୁଫ ଏବଂ ସୁହେଲ ଅହମଦ। ଉଭୟ ଜମ୍ମୁ-କାଶ୍ମୀର ପୋଲିସର କର୍ମଚାରୀ ଅଟନ୍ତି । ସେପଟେ ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

୨୪ ସଦସ୍ୟ ବିଶିଷ୍ଟ ରାଜନୈତିକ ପ୍ରତିନିଧିମଣ୍ଡଳ ଦ୍ୱାରା କେନ୍ଦ୍ର ଶାସିତ ଅଞ୍ଚଳର ଦୁଇ ଦିନିଆ ଗସ୍ତ ପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି।  ଏହାପୂର୍ବରୁ ଆଜି ସକାଳେ ସୋପିଆନ୍ ଜିଲ୍ଲାରେ ସୁରକ୍ଷାବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ । ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ ।

The post ଆତଙ୍କବାଦୀ ହମଲା ପଛରେ କିଏ?‌ appeared first on Odisha Reporter.



from Odisha Reporter https://ift.tt/3aA2YXz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages