ଡି-ବ୍ରଦର୍ସଙ୍କ ସହଯୋଗୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଡି-ବ୍ରଦର୍ସଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ସଂଜୟ ସାହୁ ଓରଫ ଭଜନା ଗିରଫ ହୋଇଛନ୍ତି। ତାଙ୍କୁ କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି। ଭଜନା ପାରୋଲରେ ଆସି ଜଣଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ତାଙ୍କୁ ପୁଲିସ ଗିରଫ କରିଛି।

ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସମାନ୍ତ କଳା ସାମ୍ରାଜ୍ୟ ମେଲାଇଥିଲେ। ଦାଦାବଟି, ଟେଣ୍ଡର ଫିକ୍ସିଂ, ଅପହରଣ ଓ ବାଲିଘାଟ ନିଲାମରୁ ଶହ ଶହ କୋଟି ଟଙ୍କା ମାଲିକ ହୋଇଥିବା ଏହି ଦୁଇଭାଇଙ୍କ ଉତ୍ତରପ୍ରଦେଶର ବାହୁବଳି ନେତା ତଥା ଡନ୍ ରାଜାଭୈୟା ସହ ଲିଙ୍କ ଥିବା ପଦାକୁ ସେତେବେଳେ ପଦାକୁ ଆସିଥିଲା। ଏହି ଲିଙ୍କକୁ ଆୟୁଧ କରି ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହାସଲ କରିଥିବା ସନ୍ଦେହ କରାଯାଉଥିଲା। ଦୁଇ ଭାଇଙ୍କ କାରନାମା ପଦାକୁ ଆସିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ କଳାସାମ୍ରାଜ୍ୟକୁ ଧଂସ କରିଥିବା ବେଳେ ସହଯୋଗୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ କଟକର ପୂର୍ବତନ କାଉନ୍‌ସିଲ୍‌ର ଗିରଫ ହୋଇଥିଲେ।

ଦୁଇ ଭାଇ ଗିରଫ କରାଯାଇ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜେଲ୍‌ରେ ରହି ସହଯୋଗୀଙ୍କ ମାଧ୍ୟମରେ ଦୁଇ ଭାଇ ଅପରାଧୀକ କାର୍ଯ୍ୟକଳାପ ପଢ଼ାଇ ଚାଲିଥିଲେ। ଏନେଇ ଅଭିଯୋଗ ହେବା ପରେ ଦୁଇ ଭାଇଙ୍କୁ ଚୌଦ୍ୱାର ଜେଲରୁ ବାଲେଶ୍ୱର ଓ ବଲାଙ୍ଗିର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା।

କିଛିଦିନ ତଳେ କମିଶନରେଟ୍‌ ପୁଲିସ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ଚଢ଼ଉ କରି ବହୁ ମରଣାସ୍ତ୍ର ଓ ନଗଦ ଟଙ୍କା ଜବତ କରିଥିଲା। ମାରଣାସ୍ତ୍ର ଗୁଡ଼ିକ ଘର କାନ୍ଥରେ ସିଲିଂ କରି ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ସବୁ ମାରଣାସ୍ତ୍ର ବିହାରରୁ ଆସିଥିବା କମିଶନରେଟ ପୁଲିସ କହିଥିଲା।

The post ଡି-ବ୍ରଦର୍ସଙ୍କ ସହଯୋଗୀ ଗିରଫ appeared first on Odisha Reporter.



from Odisha Reporter https://ift.tt/37vfRAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages