ଅମିତାଭ ଏବଂ ଅକ୍ଷୟଙ୍କୁ କଂଗ୍ରେସର ଧମକ, ସମର୍ଥନରେ ବାହାରିଲା ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଅମିତାଭ ଏବଂ ଅକ୍ଷୟଙ୍କୁ କଂଗ୍ରେସର ଧମକ, ସମର୍ଥନରେ ବାହାରିଲା ଶିବସେନା

ମୁମ୍ୱାଇ: ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମହାରାଷ୍ଟ୍ର କଂଗ୍ରେସ ବଲିଉଡ କଳାକାର ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କୁ ଧମକ ଦେଇଥିଲା। ଏବେ କଂଗ୍ରେସର ଏହି ଧମକ ସମର୍ଥନର ବାହାରିଛି ମେଣ୍ଟ ସରକାରରେ ନେତୃତ୍ୱ ନେଉଥିବା ଶିବେସେନା। ବଲିଉଡ ସହିତ ରାଜ୍ୟ ସରକାରର କୌଣସି ବିବାଦ ରହିନଥିବା ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ କହିଛନ୍ତି। ହେଲେ ବଲିଉଡ କଳାକାର ନିରପେକ୍ଷ ନୁହନ୍ତି। ସବୁବେଳେ ଏକପାଖିଆ ହୋଇ ମତ ରଖୁଛନ୍ତି ବୋଲି ସାଓ୍ୱନ୍ତ କହିଛନ୍ତି। ଚାଷୀ ଦିଲ୍ଲୀ ସୀମାରେ ଖରା, କାକରରେ ପଡ଼ିଛନ୍ତି। ତାଙ୍କ ଉପରକୁ ଲୁହ ବୁହା ଗ୍ୟାସ ସ୍ପ୍ରେ ହେଉଛି। ହେଲେ ବଲିଉଡ କଳାକାର ଏ ନେଇ ମୁହଁ ଖୋଲୁ ନାହାନ୍ତି ବୋଲି ସାଓ୍ୱନ୍ତ କହିଛନ୍ତି।

ରାଜସ୍ଥାନରେ ତେଲ ଦର ଶତକ ମାରିସାରିଲାଣି। ମହାରାଷ୍ଟ୍ରରେ ମଧ୍ୟ ଶତକ ପାଖାପାଖି ରହିଛି ତେଲ ଦର। ଏତେ ପରେ ବି ବଲିଉଡ କଳାକାର ନିରବ ରହିଛନ୍ତି। ପୂର୍ବରୁ ୟୁପିଏ ସରକାର ବେଳେ ତେଲ ଦର ବଢ଼ିବା ମାତ୍ରେ ବଲିଉଡର ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ଟ୍ୱିଟ୍ କରି ଦର ବୃଦ୍ଧିକୁ ବିରୋଧ କରୁଥିଲେ। ଏବେ ମୋଦି ସରକାରକୁ ଡ଼ରି ନିରବ ରହିଛନ୍ତି ବୋଲି ମହାରାଷ୍ଟ୍ରର କଂଗ୍ରେସ ସଭାପତି ତଥା ମହା ବିକାଶ ଅଘାଡ଼ି ସରକାରର ପୂର୍ବତନ ବାଚସ୍ପତି ନାନା ପୋଟୋଲେ କହିଥିଲେ। ଯଦି ତେଲ ଦର ବୃଦ୍ଧିକୁ ନେଇ ମୁହଁ ନଖୋଲିବା ତାହେଲେ ଆଗାମୀ ଦିନରେ ଏହି ଦୁଇ କଳାକାରଙ୍କ ସିନେମା ସୁଟିଂ ବନ୍ଦ କରି ଦିଆଯିବ ବୋଲି ନୂଆ ମହାରାଷ୍ଟ୍ର କଂଗ୍ରେସ ସଭାପତି କହିଥିଲେ। ଏମିତିକି ରାଜ୍ୟରେ ଏହି ଦୁଇ କଳାକାରଙ୍କ ସିନେମା ରିଲିଜ୍ କରିବାକୁ ଦିଆଯିବନି ବୋଲି ସେ କହିଥିଲେ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ପାଟୋଲେ ନୂଆ ନୂଆ ଦଳର ନେତୃତ୍ୱ ନେଉଛନ୍ତି। ତେଣୁ ଚର୍ଚ୍ଚାରେ ରହିବା ପାଇଁ ବଲିଉଡ ତାରକାଙ୍କୁ ନେଇ ଏଭଳି କହୁଛନ୍ତି।

The post ଅମିତାଭ ଏବଂ ଅକ୍ଷୟଙ୍କୁ କଂଗ୍ରେସର ଧମକ, ସମର୍ଥନରେ ବାହାରିଲା ଶିବସେନା appeared first on Odisha Reporter.



from Odisha Reporter https://ift.tt/3pzyOYE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages