ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଚାଲିଗଲା ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର ବାବୁ କେନ୍ଦୁଗୁଡ଼ାରେ।
ମୃତ ବ୍ୟକ୍ତିଙ୍କ ନାଁ ମନ୍ତ ବାଗ। ଆହତଙ୍କ ନାଁ ସୁଜନ ବାଗ। ଦୁହେଁ ଜୁନାଗଡ଼ ବ୍ଳକ୍ ଗଉଡ଼ ଛେଣ୍ଡିଆ ଗାଁର।
ମନ୍ତ ଓ ସୁଜନ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବାଇକ୍ ଯୋଗେ କଲମପୁର ବ୍ଲକ ଇଚ୍ଛାପୁର ଗାଁକୁ ଯାଉଥିଲେ। ଏହି ସମୟ ବାବୁ କେନ୍ଦୁଗୁଡ଼ାରେ ରାସ୍ତାରେ ଛିଡ଼ା ହେଇଥିବା ଏକ ଟ୍ରାକ୍ଟରକୁ ସେମାନେ ଧକ୍କା ଦେଇଥିଲେ। ଉଭୟେ ବାଇକ୍ରୁ ଛିଟିକି ପଡ଼ିଥିଲେ।
ମନ୍ତ ବାଇକ୍ ଚଲାଉଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୁଜନଙ୍କ ଗୋଡ଼ ଭାଙ୍ଗି ଯାଇଛି। କିଛି ଲୋକ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମନ୍ତଙ୍କୁ ଘୋଷଣା କରିଥିଲେ।
ସୁଜନଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । କଲମପୁର ପୁଲିସ ଘଟଣାର ତଦନ୍ତ କରୁଛି।
The post ବିବାହ ଭୋଜିକୁ ଯାଉଥିବା ବେଳେ ଚାଲିଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3r57pzv
No comments:
Post a Comment