ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କଲେ ମୋଦି ଓ କାନାଡା ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କଲେ ମୋଦି ଓ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ “ଆନ୍ତରିକ” ମାମଲା ହୋଇଥିଲେ ହେଁ ଏ ବିଷୟରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାନାଡା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ବୁଧବାର ଟ୍ରୁଡୋ ଓ ମୋଦିଙ୍କ ମଧ୍ୟରେ ଫୋନ ଯୋଗେ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏହି ସମୟରେ ଉଭୟ କେଉଁ ସବୁ ବିଷୟରେ କଥା ହୋଇଛନ୍ତି, ତା’ର ସୂଚନା ଆଜି ଟ୍ରୁଡୋ ଦେଇଛନ୍ତି। ଟ୍ରୁଡୋଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତରେ ବର୍ତ୍ତମାନ ଚାଲିଥିବା ଆନ୍ଦୋଳନ ଓ ଆଲୋଚନା ଦ୍ୱାରା ଏହାର ସମାଧାନ କେମିତି ହୋଇ ପାରିବ, ସେ ବିଷୟରେ କଥାବାର୍ତ୍ତା ହୋଇଛି।

କାନାଡା ଓ ଭାରତ ସର୍ବଦା ଆନ୍ଦୋଳନକୁ ଗଣତାନ୍ତ୍ରିକ ଉପାୟରେ ବିଚାର କରି ପଦକ୍ଷେପ ନେଇଥାଆନ୍ତି। ତେଣୁ ଏଥର ମଧ୍ୟ ସମାନ ପଦକ୍ଷେପ ନିଆଯିବ ବୋଲି ଉଭୟ ନେତା ସହମତ ହୋଇଛନ୍ତି। ସେହିପରି କରୋନା ଟିକା ପାଇବା ଦିଗରେ ଉଭୟ ଦେଶ ଏକାଠି କାମ କରିବେ ବୋଲି ରାଜି ହୋଇଛନ୍ତି।

ବିଶ୍ୱର ବିଭିନ୍ନ ରାଷ୍ଟ୍ର ପରସ୍ପର ମଧ୍ୟରେ ସମ୍ବନୟ ରକ୍ଷା କରିବା ଓ ପରସ୍ପରକୁ ସହାୟତା କରି ମହାମାରୀ କରୋନାକୁ ମାତ ଦିଗରେ କାର୍ଯ୍ୟ କରିବା ଉପରେ ଉଭୟ ଅଧିକ ଫୋକସ କରିଛନ୍ତି। ଏଥିସହ କରୋନା ସଙ୍କଟ ମଧ୍ୟରୁ ବିଶ୍ୱକୁ କେମିତି ମୁକୁଳା ଯାଇ ପାରିବ, ସେ ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି ବୋଲି ବିବୃତିରେ କୁହାଯାଇଛି।


ବିବୃତିରେ ଆନ୍ଦୋଳନ କଥା କୁହାଯାଇଥିଲେ ହେଁ ନିର୍ଦ୍ଦିଷ୍ଟ ଭାବେ ଚାଷୀ ଆନ୍ଦୋଳନ ବିଷୟରେ କିଛି ବି କୁହାଯାଇ ନାହିଁ। କିନ୍ତୁ ନିକଟରେ ଭାରତରେ ଚାଷୀ ଛଡ଼ା ଆଉ କୌଣସି ବଡ଼ ଆନ୍ଦୋଳନ ଚାଲି ନଥିବାରୁ ମୋଦି ଓ ଟ୍ରୁଡୋ ଏ ବିଷୟରେ ହିଁ ଆଲୋଚନା କରିଥିବା କୁହାଯାଇଛି।

ଅନ୍ୟପକ୍ଷରେ ମୋଦି ଟ୍ୱିଟ କରି କହିଛନ୍ତି ଯେ ମୋ ବନ୍ଧୁ ଜଷ୍ଟିସ ଟ୍ରୁଡୋଙ୍କ ଫୋନ ପାଇ ମୁଁ ବହୁତ ଖୁସି। ଭାରତ ସର୍ବଦା କରୋନା ଟିକା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଁ ତାଙ୍କୁ ଜଣାଇଛି। ଏଥିସହ ଦୁଇ ଦେଶ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଇକୋନୋମିକ ରିକଭୋରି ଭଳି ପ୍ରସଙ୍ଗ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ହୋଇଛନ୍ତି ବୋଲି ମୋଦି କହିଛନ୍ତି।

କରୋନା ଟିକା ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ମୋଦି କହିଥିଲେ ହେଁ ଆନ୍ଦୋଳନ ବିଷୟରେ ସେ ଟ୍ରୁଡୋଙ୍କ ସହ କ’ଣ କଥା ହୋଇଛନ୍ତି, ସେ ସମ୍ପର୍କରେ କିଛି ବି କହିନାହାନ୍ତି।

The post ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କଲେ ମୋଦି ଓ କାନାଡା ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3rJaFAA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages