ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ଦିଲ୍ଲୀରେ ଅଛି। ଫେବୃଆରୀ ୧୫ରେ ଭୁବନେଶ୍ୱର ଫେରିବି।” ନିଖୋଜ ହେବା ନେଇ ଭୁବନେଶ୍ୱରରେ ପୋଷ୍ଟର ଲଗାଯିବା ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଜାତୀୟ ଐତିହ୍ୟ ପ୍ରାଧିକରଣ-ଏନ୍ଏମ୍ଏ ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବେ ଏବଂ ସେହି ସେବୁ ସ୍ଥାନ ବୁଲିବା ପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ଅପରାଜିତା ।
ସେପଟେ ଅପରାଜିତାଙ୍କ ନିଖୋଜ ସଂପର୍କରେ ପୋଷ୍ଟର ଲଗାଯିବା ଘଟଣାକୁ ନିନ୍ଦା କରିଛି ରାଜ୍ୟ ବିଜେପି । ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହା ଅସହିଷ୍ଣୁ ଭାବର ପରିଚୟ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ମହିଳା ସଶକ୍ତିକରଣ କଥା କହୁଥିବା ବିଜେଡିର ଅଧିକାଂଶ ସାଂସଦ ଅନୁପସ୍ଥିତ ରହୁଥିବା ସେ ଅଭିଯୋଗ କରିଛନ୍ତି।
ଏକାମ୍ର କ୍ଷେତ୍ରରେ ବାଇ- ଲ ଲାଗୁ କରାଯିବା ପ୍ରସ୍ତବାକୁ ନେଇ ଅପରାଜିତା କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। କେହି ଦୁର୍ବୃତ୍ତ ଏପରି କରିଥିବା ସନ୍ଦେହ କରାଯାଉଛି।
ଏନେଇ ଅପରାଜିତା କହିଛନ୍ତି, ମୁଁ ୧୫ ତାରିଖରେ ଭୁବନେଶ୍ୱର ଫେରିବି। ୧୫ କିମ୍ବା ୧୬ ତାରିଖରେ ଏକାମ୍ର କ୍ଷେତ୍ର ଯିବି। ଘଟଣା ବୁଝିବି, ଅନୁସନ୍ଧାନ କରିବି। ସେଠାରେ ଲୋକଙ୍କ ନିକଟକୁ ଯିବି, ଆଲୋଚନା କରିବି। ତା’ ପରେ ମନ୍ତବ୍ୟ ଦେବି।
The post “ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି”-ଅପରାଜିତା ଷଡଙ୍ଗୀ appeared first on Odisha Reporter.
from Odisha Reporter https://ift.tt/3p9iqxX
No comments:
Post a Comment