ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ISI ଲିଙ୍କ ଘଟଣାରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛି। ଈଶ୍ୱର ବିରୋଧରେ ଦେଶଦ୍ରୋହ ମାମଲା ରହିଥିଲା। ଯେଉଁ କାରଣରୁ ଆଜି ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱରକୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି।

ଈଶ୍ୱର ବିରୋଧରେ IPC ଧାରା 121, 121A, 121B ଲଗାଯାଇଥିଲା। ଏହିସବୁ ଅଭିଯୋଗ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୩,୪ ଓ ୫ ଆଧାରରେ ଲଗାଯାଇଥିଲା। ଅଫିସିଆଲ୍ ସିକ୍ରେଟ୍ ଆକ୍ଟରେ ୪ ପେନାଲ୍ ଅଫେନ୍ସ ନଥିବାରୁ ଈଶ୍ୱର ବିରୋଧରେ କେବଳ ୩ ଓ ୫ ଆକ୍ଟ ଲଗାଯାଇଥିଲା। ଫଳରେ ସମସ୍ତ ତିନୋଟି ଯାକ IPC ଧାରା ଯଥା 121, 121A (ଦେଶଦ୍ରୋହ), 121B (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଆଜୀବନ କାରାଦଣ୍ଡ ଦିଆଯାଇଛି।

କ୍ରାଇମ ବ୍ରାଞ୍ଚ୍ ଡେପୁଟୀ ଡାଇରେକ୍ଟର କହିଛନ୍ତି, ଈଶ୍ୱର ବେହେରା ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଦେବା ସହ ତା’ ଆକାଉଣ୍ଟରୁ ବାହାରୁ ଟଙ୍କା ମଧ୍ୟ ଆସୁଥିଲା। ଟଙ୍କା ଗୁଡ଼ିକ ହାଇଦ୍ରାବାଦ, ଗୁଜରାଟ, ଅଜମେର ଏବଂ ଆବୁଧାବିରୁ ମଧ୍ୟ ଆସିଥିବା କ୍ରାଇମ ବ୍ରାଞ୍ଚ୍ ଡେପୁଟୀ ଡାଇରେକ୍ଟର କହିଛନ୍ତି। ଏବେ ଈଶ୍ୱର ଯଦି ଚାହିଁବ, ତାହେଲେ ହାଇକୋର୍ଟରେ ଅପିଲ୍ କରିପାରିବ।

ସୂଚନାଯୋଗ୍ୟ, ଠିକା କ୍ୟାମେରାମ୍ୟାନ୍ ଈଶ୍ୱର ବିରୋଧରେ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ଆସିଥିଲା। ଯାହା ପରେ ୨୦୧୫, ଫେବୃୟାରୀ ୨୩ ତାରିଖରେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଆଇଏସ୍ଆଇ ଏଜେଣ୍ଟକୁ ପ୍ରଦାନ କରିବା ଅଭିଯୋଗରେ ଈଶ୍ୱରକୁ ବାଲେଶ୍ୱର ପୁଲିସ୍ ଗିରଫ କରିଥିଲା। ଏହାପରେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିଲା।

The post ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ appeared first on Odisha Reporter.



from Odisha Reporter https://ift.tt/3cYkOVP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages