ବଢ଼ୁଛି ତେଲ ଦର, ସରକାରକୁ ଘେରିଲେ ସୁବ୍ରମଣ୍ୟମ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ବଢ଼ୁଛି ତେଲ ଦର, ସରକାରକୁ ଘେରିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ଦେଶରେ ଏବେ ତେଲ ଦର ‘ଅଲ୍ ଟାଇମ୍ ହାଇକ୍’ରେ ଚାଲିଛି। ରାଜସ୍ଥାନରେ ତେଲ ଦର ଶତକ ମାରି ସାରିଲାଣି। ଅନ୍ୟ ସ୍ଥାନରେ ଶତକ ପାଖାପାଖି ରହିଛି ତେଲ ଦର। ଏହାକୁ ନେଇ ସାଧାରଣ ଲୋକଙ୍କଠୁ ବ୍ୟବସାୟୀ ସମସ୍ତେ ଚିନ୍ତାପ୍ରକଟ କରୁଛନ୍ତି। କେନ୍ଦ୍ରର ଶାସକ ଦଳ ବିଜେପିର ନେତାମାନେ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ କହୁଛନ୍ତି ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଯେଉଁ ଟିକସ ଆଦାୟ ହେଉଛି ତାହା ଦେଶର ବିକାଶରେ ନିବେଶ ହେଉଛି। ଅର୍ଥାତ ଦର କମିବା ନେଇ ସରକାର ଏବେ ଚିନ୍ତା କରୁ ନାହାନ୍ତି କି ଟିକସ କମାଇବା ନେଇ ମଧ୍ୟ ସରକାର ଚିନ୍ତା କରୁ ନାହାନ୍ତି।

ଏହାରି ଭିତରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ନିଜ ଦଳର ସରକାରକୁ ଘେରିଛନ୍ତି। ସେ ଲେଖିଛନ୍ତି ଅଳ୍ପ କେତେକ ପ୍ରସଙ୍ଗରେ ଲୋକଙ୍କ ସ୍ୱର ସ୍ପଷ୍ଟ ଏବଂ ଉଚ୍ଚ ହୁଏ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଏବେ ସ୍ୱର ଉତ୍ତୋଳନ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଦର ବୃଦ୍ଧି ପ୍ରସଙ୍ଗରେ ମତ ରଖିବା ଦରକାର। ଏଥିସହ ସରକାର ଟିକସ ଛାଡ କରିବା ଦରକାର ବୋଲି ସୁବ୍ରମଣ୍ୟମ ଲେଖିଛନ୍ତି।

 

ସୂଚନାଯୋଗ୍ୟ, ବୁଧବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋଧିତ ତେଲ ଉତ୍ତୋଳନକାରୀ ଦେଶଙ୍କ ସହ ଆଲୋଚନା କରିଥିଲେ। ଦର ବୃଦ୍ଧି ହେଉଥିବାରୁ ଅଶୋଧିତ ତେଲର ଦାମକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ କରିଥିଲେ।

ସୂଚନାଯୋଗ୍ୟ, କେବଳ  ଜାନୁଆରୀ ଏବଂ ଫେବ୍ରୁଆରୀ ମାସ ଭିତରେ ଦେଶର ତେଲ ଦର ୬ଟଙ୍କା ୭୭ ପଇସା ବଢ଼ି ସାରିଲାଣି। ତେଲ ଦର ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢ଼ିଛି। ସେହିପରି ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଞ୍ଚିଛି।  ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ ଟଙ୍କା ବାକି ଅଛି। ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୮୮.୦୬ ପଇସା ରହିଛି।

The post ବଢ଼ୁଛି ତେଲ ଦର, ସରକାରକୁ ଘେରିଲେ ସୁବ୍ରମଣ୍ୟମ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/37wbYes

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages