ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯିଏ ଘରେ କାମ କରିବାର ସୁଯୋଗ ଦେଲେ, ଶେଷରେ ତାଙ୍କ ଘରେ ହିଁ କଳାକନା ବୁଲାଇଦେଲେ। ଏପରିକି ସୁନା, ଅଳଙ୍କାର ଲୁଟ୍ ପରେ ମଧ୍ୟ କେହି ଯେପରି ଟେର ପାଇ ନ ପାରିବେ ସେଥିପାଇଁ ପୂର୍ବରୁ ପ୍ରସ୍ତୁତ କରିଥିଲେ ଯୋଜନା। ମାଲିକ ଯେପରି ଅବିଶ୍ୱାସ ନ କରିବେ ସେଥିପାଇଁ ତାଙ୍କ ଘରୁ ସୁନା, ଗହଣା ଲୁଟିବା ପରେ ମଧ୍ୟ ପୂର୍ବ ପରି କାମ କରୁଥିଲେ। ଶେଷରେ ପୁଲିସ୍ ଖୋଲତାଡ଼ କରି ସତ ବାହାର କରିବା ସହ ଚାକରାଣୀଙ୍କ ସମେତ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।
ମାଲିକଜଣକ ଏନେଇ ଭୁବନେଶ୍ୱର ଖଣ୍ଡିଗରି ଥାନାରେ ଏତଲା ଦେବା ପରେ ପୁଲିସ୍ ଖୋଳତାଡ ଆରମ୍ଭ କରିଥିଲା। ପ୍ରଥମେ ଘରେ କାମ କରୁଥିବା ଚାକରାଣୀଙ୍କୁ ତଦନ୍ତ ପରିସରକୁ ନେଇଥିଲା ପୁଲିସ୍। ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ ମାନି ଯାଇଥିଲେ।
ଏନେଇ ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ବେହେରା କହିଛନ୍ତି, ପଚରାଉଚରା କରିବାକୁ ଗିରଫ ମହିଳାଜଣକ ବନ୍ଧନ ବ୍ୟାଙ୍କରେ କିଛି ସୁନା ବନ୍ଧା ରଖିଥିବା ସହ ଆଉ କିଛି ସୁନା ବଦଳାଇ ନୂଆ ଗହଣା ଆଣିଥିବା କହିଥିଲେ। ଏଥିରେ ତାଙ୍କ ସହଯୋଗୀ ଲକ୍ଷ୍ମୀଧର ତ୍ରିପାଠୀ ସାହାଯ୍ୟ କରିଥିବା ମଧ୍ୟ ପୁଲିସ୍କୁ କହିଲେ। ଶେଷରେ ଚୋରି ଜିନିଷ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୁଲିସ୍।
The post ଯିଏ କାମ ଦେଲେ, ଶେଷରେ ତାଙ୍କ ଘରେ କଳାକନା ବୁଲାଇଲେ appeared first on Odisha Reporter.
from Odisha Reporter https://ift.tt/3ugu0uU
No comments:
Post a Comment