ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ କୁଇନ୍ କଙ୍ଗନା ରଣାୱତ। କଂଗ୍ରେସ ନେତାଙ୍କୁ ନିଜ ଢ଼ଙ୍ଗରେ ଦେଲେ ମୁହଁତୋଡ ଜବାବ। କହିଲେ ”ମୁଁ ରାଜପୁତ ଝିଅ, ହାଡ଼ ଭାଙ୍ଗି ଦେବି।” ତାଙ୍କର ଏହି ଜବାବ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ କଙ୍ଗନା ରଣାୱତ ମଧ୍ୟପ୍ରଦେଶରେ ନିଜ ଅପକମିଂ ଫିଲ୍ମ ‘ଧାକଡ’ର ଶୁଟିଂ କରିବା ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ କିଛି କାର୍ଯ୍ୟକର୍ତ୍ତାମାନେ ଶୁଟିଂକୁ ବିରୋଧ କରିଥିଲେ। ଶୁଟିଂ ବନ୍ଦ କରିବା ପାଇଁ ମଧ୍ୟ କହିଥିଲେ। ଏପରିକି କମଳନାଥ ସରକାରରେ ମନ୍ତ୍ରୀ ରହିସାରିଥିବା କଂଗ୍ରେସ ନେତା ସୁଖଦେବ ପାଂସେ କଙ୍ଗନାଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ମଧ୍ୟ ଦେଇଥିଳେ। ସେ କଙ୍ଗନାଙ୍କୁ ‘ନାଚ ଗୀତ’ ବାଲି କହିଥିଲେ। କେବଳ ସେତିକି ନୁହେଁ କଂଗ୍ରେସ ନେତା ଏହି ଅଭିନେତ୍ରୀଙ୍କୁ କାଠ କଣ୍ଡେଇ ବୋଲି ମଧ୍ୟ ସମ୍ବୋଧିତ କରିଥିଲେ। ଅଇଏନ୍ଏସ ତରଫରୁ କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନକୁ ଟୁଇଟରରେ ସେଆର କରାଯାଇଛି।
ଏବେ କଙ୍ଗନା କଂଗ୍ରେସ ନେତା ଦେଇଥିବା ଏଭଳି ବିବାଦୀୟ ବୟାନର ମୁହଁତୋଡ ଜବାବ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଅଭିନେତ୍ରୀ ଦୀପିକା ପାଦୁକୋନ, କ୍ୟାଟ୍ରିନ କୈଫ ଏବଂ ଆଲିଆ ଭଟ୍ଟଙ୍କୁ ନେଇ ଟିପ୍ପଣୀ ମଧ୍ୟ କରିଛନ୍ତି। କଙ୍ଗନା ଟୁଇଟ କରି କହିଛନ୍ତି ଯେ, ମୁଁ ଦୀପିକା, କ୍ୟାଟ୍ରିନା କିମ୍ବା ଆଲିଆ ନୁହେଁ, ମୁଁ ଜଣେ ରାଜପୁତ ଝିଅ, ମୁଁ ନାଚ ଗୀତ କରେନି, ହାଡ ଭାଙ୍ଗି ଦିଏ।” କଙ୍ଗନାଙ୍କ ଏହି ଟୁଇଟ୍ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
ତେବେ କଂଗ୍ରେସ ନେତା ଏବଂ କଙ୍ଗନା ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇନାହାନ୍ତି। ପୂର୍ବରୁ ମଧ୍ୟ କଂଗ୍ରେସ ନେତା ଏବଂ କଙ୍ଗନାଙ୍କ ମଧ୍ୟରେ ତୁ-ତୁ-ମେଁ-ମେଁ ହୋଇସାରିଛି। ନିକଟରେ ରାଜସ୍ଥାନର କଂଗ୍ରେସ ବିଧାୟକ ହରିଶ ଚନ୍ଦ୍ର ମିନା କଙ୍ଗନାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରଶ୍ନରେ ଅଭିନେତ୍ରୀ ଜଣକ ତାଙ୍କୁ ମଧ୍ୟ ଜୋରଦାର ଉତ୍ତର ଦେଇଥିଲେ।
Whoever this fool is does he know I am no Deepika Katrina or Alia…. I am the only one who refused to do item numbers, refused to do big hero ( Khan /Kumar) films which made entire Bullywoodiya gang men +women against me. I am a Rajput woman I don’t shake ass I break bones. https://t.co/6mBxxfVL1e
— Kangana Ranaut (@KanganaTeam) February 19, 2021
The post ଜବାବ ଦେଲେ କଙ୍ଗନା, କହିଲେ-ହାଡ଼ ଭାଙ୍ଗି ଦେବି appeared first on Odisha Reporter.
from Odisha Reporter https://ift.tt/3azeW3M
No comments:
Post a Comment