ତାଣ୍ଡବ ବିବାଦ: ଗିରଫଦାରୀରୁ ମିଳିଲାନି ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ତାଣ୍ଡବ ବିବାଦ: ଗିରଫଦାରୀରୁ ମିଳିଲାନି ଆଶ୍ୱସ୍ତି

ଲକ୍ଷ୍ନୌ: ୱେବ ସିରିଜ୍‌ ତାଣ୍ଡବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ତାଣ୍ଡବ ପ୍ରସାରିତ ହୋଇଥିବା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମର ଟପ୍‌ କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ପୁରୋହିତଙ୍କୁ ବଡ଼ ଝଟକା ଲାଗିଛି। ସେ ଆମାଜନର ଭାରତୀୟ ଏକ୍ସୁକେଟିଭ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ତାଣ୍ଡବ ସଂକ୍ରାନ୍ତରେ ରୁଜୁ ହୋଇଥିବା ମାମଲାରେ ତାଙ୍କ ପ୍ରତି ଗିରଫଦାରୀର ଭୟ ସୃଷ୍ଟି ହୋଇଥିଲା। ଏହି କାରଣରୁ ସେ ଉତ୍ତର ପ୍ରଦେଶର ‌ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ଏକକ ବେଞ୍ଚ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଅପର୍ଣ୍ଣାଙ୍କ ନାଁରେ ଧାର୍ମିକ ଭେଦଭାବ ଓ ଧର୍ମପୀଠକୁ ନିଚ୍ଚ କରି ଦେଖାଇଥିବା ଭଳି ସାଂଘାତିକ ଅଭିଯୋଗ ରହିଛି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ପୁଲିସ୍‌ ଅପର୍ଣ୍ଣାଙ୍କ ନାଁରେ ରୁଜୁ କରିଥିବା ଆଉ ଏକ ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଛି। ୩ ଦିନ ତଳେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ମାର୍ଚ୍ଚ ୯ ଯାଏ ଗରିଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲେ। ଏବେ ଦ୍ୱିତୀୟ ମାମଲାରେ ତାଙ୍କ ଆବେଦନ ଖାରଜ ହୋଇଯାଇଥିବାରୁ ତାଙ୍କ ପ୍ରତି ଗିରଫଦାରୀର ଭୟ ସୃଷ୍ଟି ହୋଇଛି।

ତାଣ୍ଡବ ୱେବ ସିରିଜ୍‌ରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏପରି କି ତାଣ୍ଡବର ପୂରା ଟିମ୍‌ ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିଥିଲେ। ତଥାପି ବିଭିନ୍ନ ସ୍ଥାନରେ ଆମାଜନ ଓ ତାଣ୍ଡବ ୱେବ ସିରିଜ୍‌ ସହ ସମ୍ପର୍କ ରଖିଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ମାମଲା ରୁଜୁ ହୋଇଛି।

The post ତାଣ୍ଡବ ବିବାଦ: ଗିରଫଦାରୀରୁ ମିଳିଲାନି ଆଶ୍ୱସ୍ତି appeared first on Odisha Reporter.



from Odisha Reporter https://ift.tt/37OIE33

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages