ବିଧାନସଭା ନିର୍ବାଚନ ପୂର୍ବରୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ ହେଲା ଏହି ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ବିଧାନସଭା ନିର୍ବାଚନ ପୂର୍ବରୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ ହେଲା ଏହି ରାଜ୍ୟ

ଗୌହାଟୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ରାଜ୍ୟପାଳ ଜଗଦୀଶ ମୁଖି ସମଗ୍ର ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି।ରାଜ୍ୟରେ ଆଶନ୍ତା ଏପ୍ରିଲ-ମେ’ ମାସରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଏଭଳି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆର୍ମଡ ଫୋର୍ସ(ସ୍ପେଶାଳ ପାୱାରସ)ଆଇନ ୧୯୫୮ର ଧାରା ୩ ଅନୁଯାୟୀ, ରାଜ୍ୟପାଳ ସମଗ୍ର ଆସାମକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ଭାବେ ଘୋଷଣା କରିଛନ୍ତି। ଏହା ଫେବୃଆରୀ ୨୭ରୁ ଆରମ୍ଭ ହୋଇ ୬ ମାସ ଯାଏ ବଳବତ୍ତର ରହିବ। ସ୍ଥିତିକୁ ଦେଖି ଏହା ପୂର୍ବରୁ ମଧ୍ୟ ଏହାକୁ ଉଠାଯାଇ ପାରେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଶେଷଥର ପାଇଁ ଅଗଷ୍ଟ ୨୮ ତାରିଖରେ ରାଜ୍ୟପାଳ ଆସାମକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ଭାବେ ଘୋଷିତ କରିଥିଲେ। ଏବେ ଏହି ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ତେବେ ଏହା ପଛର କାରଣ ସମ୍ପର୍କରେ ସରକାର କିମ୍ବା ରାଜଭବନ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ସୁରକ୍ଷାକର୍ମୀଙ୍କ ଉପରେ ହମଲା ହୋଇଥିଲା। ସେହିପରି ଆସାମର ବିଭିନ୍ନ ପ୍ରାନ୍ତରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଆସାମକୁ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ୫ଟି ଭିନ୍ନଭିନ୍ନ ବିଦ୍ରୋହୀ ସଂଗଠନର ୧୦୪୦ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

The post ବିଧାନସଭା ନିର୍ବାଚନ ପୂର୍ବରୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ ହେଲା ଏହି ରାଜ୍ୟ appeared first on Odisha Reporter.



from Odisha Reporter https://ift.tt/3dJiKkJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages