ଠକାମୀରେ ପଡ଼ିଲେ ଅଧ୍ୟାପିକା; ଆକାଉଣ୍ଟକୁ ଆସିଲା ୫ ଟଙ୍କା, ଗଲା ୧୯ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ଠକାମୀରେ ପଡ଼ିଲେ ଅଧ୍ୟାପିକା; ଆକାଉଣ୍ଟକୁ ଆସିଲା ୫ ଟଙ୍କା, ଗଲା ୧୯ ହଜାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ଓ୍ୱାସିଂ ମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ତାଙ୍କୁ ୧୯ ହଜାର ଟଙ୍କାର ଚୁନ ଲଗାଇଲେ ସାଇବର ଲୁଟେରା  ।

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶ୍ମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ରେଶ୍ମା  ।

ଲୁଟେରାଜଣକ ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି  ରେଶ୍ମା । ଏଥିସହ ସାଇବର୍ ହେଲ୍ପ ଡେସ୍କରେ ମଧ୍ୟ ଜଣାଇଛନ୍ତି । ଅଧ୍ୟାପିକାଙ୍କ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୁଲିସ୍‌।

ଏନେଇ ରେଶ୍ମା କହିଛନ୍ତି,  ଓ୍ୱାସିଂ ମେସିନ୍ ‍ବିକିବା ପାଇଁ  ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲି।  ଗତ ମଙ୍ଗଳବାର ଜଣେ ବ୍ୟକ୍ତି ଫୋନ୍‌ କରି ହିନ୍ଦିରେ କଥାବାର୍ତ୍ତା ହେଲେ। ଏହାପରେ ଓ୍ୱାସିଂ ମେସିନ୍ ନେବାକୁ ରାଜି ହୋଇ ୯ ହଜାର ୫୦୦ ଟଙ୍କା ଛିଣ୍ଡିଲା।

ଏହାପରେ ଅନଲାଇନ୍‌ ପେମେଣ୍ଟ କରିବାକୁ ନମ୍ବର ନେଇ ଏକ ସ୍କାନ କୋଡ ପଠାଇଲା। ସେଥିରେ ୫ ଟଙ୍କା ରିସିଭ କରିବାକୁ ଉଲ୍ଲେଖ ଥିଲା। ତାହାକୁ ସ୍କାନ କରି ଗୁଗୁଲ ପେରେ ପେମେଣ୍ଟ କରିବାକୁ  କହିଲା। ପ୍ରଥମେ ୫ ଟଙ୍କା ପଠାଇଲେ ୨ ଥର ୫ ଟଙ୍କା ମିଳିବ ବୋଲି କହିଲା । ସତରେ ୨ ଥର ମିଳିବା ପରେ ମନରେ ବିଶ୍ୱାସ ଜନ୍ମିଲା।

ଏହାପରେ ବ୍ୟକ୍ତିଜଣକ ତାଙ୍କ ଆକାଉଣ୍ଟରୁ  ସାଡେ ୯ ହଜାର ଟଙ୍କା ସ୍ୱାପ ମେସିନରେ କାଟିଥିବାର ମେସେଜ ପଠାଇ  ୧୫ ମିନିଟ ମଧ୍ୟରେ ଟ୍ରାନଜାକ୍ସନ କରିବାକୁ କହିଲେ। ମାତ୍ର ଏଥିପାଇଁ ଆକାଉଣ୍ଟରେ ଟଙ୍କା ଥିବା ସହ ପଠାଇବାକୁ କହିଲା। ଏହାପରେ  ସ୍ୱାମୀଙ୍କ ଆକାଉଣ୍ଟରୁ ଟଙ୍କା  ଆଣି ପଠାଇଲି।  ପ୍ରଥମେ ସାଡେ ୯ ହଜାର ଟଙ୍କା ପଠାଇଲି। ହେଲେ ୨ ଥର ପଠାଇବାକୁ କହିଲା। ପୁଣି ଥରେ ସ୍ୱାମୀଙ୍କ ଆକାଉଣ୍ଟରୁ ସାଡେ ୯ ହଜାର ଟଙ୍କା  ଆଣି ପଠାଇଲି। ହେଲେ ଟଙ୍କା ନ ଆସିବାରୁ ସନ୍ଦେହ ହେଲା।

ଏନେଇ ପଚାରିବାରୁ ମୋ’ର କିଛି ହେବନି। ପେମେଣ୍ଟ କରିଛି। ନବାକୁ ଯଦି ଚାହୁଁଛନ୍ତି, ତା ହେଲେ ପୁଣି ଥରେ ଆକାଉଣ୍ଟରେ ୧୯ ହଜାର ଟଙ୍କା ରଖି ସେପରି ଟ୍ରାନଜାକ୍ସନ କରିବାକୁ କହିଲା ଲୁଟେରା । ଏହାପରେ ଥାନାର ଦ୍ୱାରସ୍ଥ ହେଲି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ସାଇବର ହେଲ୍ପ ଡେସ୍କକୁ ମାସେ ପୂରିଥିବା ବେଳେ ଗତକାଲି ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ବାସିନ୍ଦା ଅଧିକ ସାଇବର ଠକ ହାବୁଡ଼ରେ ପଡ଼ୁଥିବା କହିଥିଲେ। ଏପରିକି ସମଗ୍ର ରାଜ୍ୟରେ ଗତ ମାସେ ମଧ୍ୟରେ ସମୁଦାୟ, ୧ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକେଇ ହୋଇଥିବା ବେଳେ ଭୁବନେଶ୍ୱର କେବଳ ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା ଠକେଇ ହୋଇଥିବା କହିଥିଲେ। ଏପରି ଲୁଟ୍‌ରୁ ରକ୍ଷା ପାଇବାକୁ ହେଲେ ନିଜକୁ ଅଧିକ ସତର୍କ, ସଚେତନ ରହିବାକୁ ପଡ଼ିବ ବୋଲି ଗତକାଲି ସିପି ଜନସାଧାରଣଙ୍କୁ ଅନୁରୋଧ କରିଥିବା ବେଳେ ଆଜି ଏପରି ଏକ ମାମଲା ପୁଣି ରାଜଧାନୀରେ ସାମନାକୁ ଆସିଛି।

The post ଠକାମୀରେ ପଡ଼ିଲେ ଅଧ୍ୟାପିକା; ଆକାଉଣ୍ଟକୁ ଆସିଲା ୫ ଟଙ୍କା, ଗଲା ୧୯ ହଜାର appeared first on Odisha Reporter.



from Odisha Reporter https://ift.tt/3tU2Xp8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages