ମହିଳାଙ୍କୁ ଅପହରଣ ପରେ ଦୁଇ ଦିନ ଗଣଦୁଷ୍କର୍ମ, ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ମହିଳାଙ୍କୁ ଅପହରଣ ପରେ ଦୁଇ ଦିନ ଗଣଦୁଷ୍କର୍ମ, ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ନେତା

ଭୋପାଲ: ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ୨୦ ବର୍ଷୀୟ ମହିଳାଙ୍କୁ ୪ ଜଣ ଯୁବକ ପ୍ରଥମେ ଅପହରଣ କରିଥିଲେ। ଏହାପରେ ସେମାନେ ତାଙ୍କୁ ଗୋଟିଏ ଫାର୍ମ ହାଉସରେ ଦୁଇ ଦିନ କାଳ ପଣବନ୍ଦୀ କରି ବାରମ୍ବାର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ୪ ଅଭିଯୁକ୍ତଙ୍କ ମଧ୍ୟରେ ଶାସକ ବିଜେପିର ଜଣେ ସ୍ଥାନୀୟ ନେତା ରହିଛନ୍ତି।

ପୀଡ଼ିତାଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କ ଝିଅ ଫେବୃଆରୀ ୧୮ରେ ସଉଦା କିଣିବାକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ଘର ଲୋକ ଝିଅ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଘରକୁ ଯାଇଥିବ ଭାବି ଚୁପ୍‌ ରହି ଯାଇଥିଲେ। ଏପରି କି ପୁଲିସ୍‌ରେ ଅଭିଯୋଗ ମଧ୍ୟ କରି ନଥିଲେ।

ତେବେ ଗୋଟିଏ ଦିନ ବିତି ଯାଇଥିଲେ ହେଁ ଝିଅ ନ ଫେରିବାରୁ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ଦାଖଲ ହେବା ପରେ ପୀଡ଼ିତା ଜଣଙ୍କୁ ଫେବୃଆରୀ ୨୦ରେ ତାଙ୍କ ଘର ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ଜୈତପୁର ବିଜେପି ମୁଖ୍ୟ ବିଜୟ ତ୍ରିପାଠୀ ଓ ତାଙ୍କର ୩ ସହଯୋଗୀ ରାଜେଶ ଶୁକ୍ଳା, ମୁନ୍ନା ସିଂହ ଓ ମୋନୁ ମହାରାଜ ହିଁ ଝିଅକୁ ଅପହରଣ କରିବା ପରେ ଫାର୍ମ ହାଉସରେ ଦୁଇଦିନ କାଳ ଗଣଦୁଷ୍କର୍ମ କରିଥିଲେ।

ଆମ ଝିଅକୁ ସେମାନେ କାର୍‌ରେ ଜୋରଜବରଦସ୍ତି ଉଠାଇ ନେଇଥିଲେ। ଆମେ ପୁଲିସରେ ଅଭିଯୋଗ କରିବାରୁ ସେମାନେ ୨୦ ତାରିଖରେ ଝିଅକୁ ଘର ପାଖରେ ଫୋପାଡ଼ି ଚାଲି ଯାଇଥିଲେ। ଆମ ଝିଅ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତା’ ସହ ଘଟିଥିବା ଘଟଣା ସମ୍ପର୍କରେ କହିବାରୁ ଆମେ ସବୁ କିଛି ଜାଣିବାକୁ ପାଇଲୁ ବୋଲି ସମ୍ପର୍କୀୟ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ କହିଛି ଯେ ଆମେ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ। ଏବେ ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି।

The post ମହିଳାଙ୍କୁ ଅପହରଣ ପରେ ଦୁଇ ଦିନ ଗଣଦୁଷ୍କର୍ମ, ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ନେତା appeared first on Odisha Reporter.



from Odisha Reporter https://ift.tt/3unzG6a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages