ଚାଲିଥିଲା ବିବାହ ଭୋଜି, ହଠାତ୍‌ ମାଡ଼ିଗଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଚାଲିଥିଲା ବିବାହ ଭୋଜି, ହଠାତ୍‌ ମାଡ଼ିଗଲା କାର୍‌

କଟକ(ଓଡ଼ିଶା ରିପୋର୍ଟର): ଜମିଥିଲା ବିବାହ ଭୋଜିର ଆସର । ବନ୍ଧୁବାନ୍ଧବଙ୍କ କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ। ହଠାତ୍‌ ମାଡ଼ି ଆସିଲା ବିପଦ। ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ କାର୍  ଲୋକଙ୍କ ଉପରେ‌ ମାଡ଼ିଗଲା। ଏଥିରେ ୧୦ରୁ  ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛୋଟ ପିଲା ବି ଅଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଜଗତପୁର ଥାନା ଅଧୀନ ଇମାମନଗରରେ ଘଟିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଇମାମ ନଗର ଅଞ୍ଚଳରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଫଳରେ ଲୋକମାନଙ୍କ ଗହଳି ଲାଗି ରହିଥିଲା। ଏହି ସମୟରେ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣେ ଅତିଥିଙ୍କର କାର୍‌ ଭାରସାମ୍ୟ ହରାଇ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।   ଘଟଣାସ୍ଥଳରେ ଉପସ୍ଥିତ ଲୋକ ଡ୍ରାଇଭରଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ଘଟଣାସ୍ଥଳରେ ଜଗତପୁର ପୁଲିସ୍ ପହଞ୍ଚି‌ ତଦନ୍ତ ଆରମ୍ଭ କରିଛି।

ପୁଲିସ  ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା  କାରକୁ କ୍ରେନ ଦ୍ୱାରା ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

The post ଚାଲିଥିଲା ବିବାହ ଭୋଜି, ହଠାତ୍‌ ମାଡ଼ିଗଲା କାର୍‌ appeared first on Odisha Reporter.



from Odisha Reporter https://ift.tt/3pHF3Ka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages