ପୁଣି ବିଗିଡ଼ିଲା ବିଗ୍ ବି’ଙ୍କ ସ୍ୱାସ୍ଥ୍ୟାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ପୁଣି ବିଗିଡ଼ିଲା ବିଗ୍ ବି’ଙ୍କ ସ୍ୱାସ୍ଥ୍ୟାବସ୍ଥା

ମୁମ୍ବାଇ: ପୁଣି ବିଗିଡିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା।  ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ବିଗ ବିଙ୍କ ଏହି ବ୍ଲଗ ଏବେ ଲୋକଙ୍କ ଝଟକା ଦେଇଛି।

ସେ ବ୍ଲଗ ଜରିଆରେ ନିଜ ସର୍ଜରୀ ବିଷୟରେ ସୂଚନା ଦେଇଛନ୍ତି। ଶନିବାର ଦିନ ବିଗ ବି ନିଜ ବ୍ଲଗରେ ଲେଖିଛନ୍ତି, ” ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏହାଠାରୁ ଆଇ କିଛି ଅଧିକା ଲେଖି ପାରିବିନି”। ବିଗ୍ ବିଙ୍କ ଏହି ବ୍ଲଗ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି।

ନିଜ ବ୍ଲଗରେ ଲେଖି ଅମିତାଭ ବଚ୍ଚନ ସୂଚନା ଦେଇଛନ୍ତି।

ଅମିତାଭଙ୍କ ଏହି ବ୍ଲଗକୁ ଦେଖିଲେ ତାଙ୍କର ସର୍ଜରୀ ହେବାର ଅଛି ନା ହୋଇସାରିଛି ତାହା କୁହାଯାଇପାରୁ ନାହିଁ। ବ୍ଲଗ୍ ପଢିବା ପରେ ଲୋକେ ତାଙ୍କ ସୁସ୍ଥ କାମନା କରୁଛନ୍ତି। ଲୋକେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଚାହୁଁଛନ୍ତି। ଅମିତାଭ ବଚ୍ଚନ ନିଜ ଇନଷ୍ଚାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- କେବଳ ଇଏ !!!! ???? ବୋଲି ଲେଖିଛନ୍ତି।

ସେ ଏକ ଟ୍ୱିଟ୍ ବି କରିଛନ୍ତି। ଟ୍ୱିଟରେ ଲେଖିଛନ୍ତି, “କିଛି ଆବଶ୍ୟକତା ଠାରୁ ଅଧିକ ବଢିଯାଇଛି, ଯାହା କାଟିଲେ ହିଁ ଠିକ ହେବ”।

ବିଗ ବିଙ୍କ ଏଭଳି ଟୁଇଟ ପୋଷ୍ଟ ଦେଖି ତାଙ୍କ ପ୍ରଶଂସକଙ୍କ ମାନେ ଚିନ୍ତିତ ହୋଇପଡିଛନ୍ତି। ଅମିତାଭଙ୍କ ସ୍ୱାସ୍ଥ୍ୟ ହଠାତ କ’ଣ ବିଗିଡି ଗଲା ଯେ ତାଙ୍କୁ ଅପରେସନ କରିବାକୁ ପଡିବ ଏବେ ଲୋକଙ୍କ ମନରେ ସେ ପ୍ରଶ୍ନ ଉଠୁଛି।

ଏହା ପୂର୍ବରୁ ଅମିତାଭ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଦେଶବାସୀ ତାଙ୍କ ସୁସ୍ଥ କାମନା କରିଥିଲେ। କିଛି ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

The post ପୁଣି ବିଗିଡ଼ିଲା ବିଗ୍ ବି’ଙ୍କ ସ୍ୱାସ୍ଥ୍ୟାବସ୍ଥା appeared first on Odisha Reporter.



from Odisha Reporter https://ift.tt/2Mvr6RR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages