ରାଉରକେଲା (ଓଡ଼ିଶା ରିପୋର୍ଟର): ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ। ରାଉରକେଲା ଝିରିପାଣି ଥାନାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଥାନା ପରିସରରେ ଉତ୍ତେଜନା ଲାଗି ରହିଛି । ମୃତ ଦେହ ରଖି ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି।
୨ ଦିନ ତଳେ ଜମି ବିବାଦକୁ ନେଇ ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ଯୁବକ ଗୁରୁତର ହୋଇଥିଲେ। ଗତକାଲି ମେଡିକାଲରେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଆଜି ପରିବାର ଲୋକେ ଧାରଣା ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଧାରଣା ଦିଆଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଥାନା ପରିସରରେ ଦୁଇ ଜଣ ଆଡିସନାଲ ଏସ୍ ପି, ୪ ଜଣ ଡିଏସ୍ ପି, ଓ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ ବୁଝାସୁଝା କରିବାକୁ ଚେଷ୍ଟା କରୁଛି କିନ୍ତୁ ମୃତକ ପରିବାର ନିଜ ଜିଦରେ ଅଡି ବସିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଥାନାକୁ ଡକା ଯାଉ ବୋଲି ସେମାନେ ଦାବି କରିଛନ୍ତି। ପୂର୍ବରୁ ଜମି ବିବାଦକୁ ନେଇ ହୋଇଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୩୦୭ ଦଫାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିସାରିଛି।
The post ମୃତଦେହ ରଖି ଥାନା ଆଗରେ ବସିଲେ appeared first on Odisha Reporter.
from Odisha Reporter https://ift.tt/3qXY5gG
No comments:
Post a Comment