ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍

ପୁଣେ: ଟେଷ୍ଟ ଓ ଟି-୨୦ ସିରିଜ୍ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜର ସମସ୍ତ ତିନୋଟି ଯାକ ମୁକାବିଲା ପୁଣେରେ ଅନୁଷ୍ଠିତ ହେବ। ତେବେ ଏହିସବୁ ମ୍ୟାଚକୁ ଦର୍ଶକ ଷ୍ଟାଡିୟମରେ ବସି ଦେଖିପାରିବେ ନାହିଁ। ଅର୍ଥାତ୍ ଦିନିକିଆ ସିରିଜ୍ ବିନା ଦର୍ଶକରେ ଖେଳାଯିବ। କରୋନା ଭାଇରସ୍ ସଂକ୍ରମଣ ପୁଣିଥରେ ଫେରିଥିବାରୁ ଏହି ତିନୋଟି ମ୍ୟାଚରୁ ଭେନ୍ୟୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ମହାରାଷ୍ଟ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣେରେ ଦିନିକିଆ ସିରିଜ୍ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି।

ପୁଣରେ ମାର୍ଚ୍ଚ ୨୩, ୨୬ ଓ ୨୮ ତାରିଖରେ ତିନୋଟି ଯାକ ଦିନିକିଆ ଖେଳାଯିବ। ଏ ନେଇ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ପକ୍ଷରୁ କୁହାଯାଇଛି, ଗତ କିଛି ଦିନ ହେବ ମହାରାଷ୍ଟ୍ରରେ କୋଭିଡ୍ ମାମଲାରେ ବୃଦ୍ଧି ପାଇଛି। ଏହାକୁ ମଧ୍ୟ ସରକାର ଅତି ଗୁରୁତର ସହ ନେଇଛନ୍ତି। କରୋନା ମାମଲା ଲଗାତର ବୃଦ୍ଧି ପାଇବା ସତ୍ତ୍ୱେ ସରକାର ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ସବୁ ମ୍ୟାଚ୍ ବିନା ଦର୍ଶକରେ ଆୟୋଜନ କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଏମସିଏର ସଭାପତି ବିକାଶ କାକଟକର ଓ ଗଭର୍ଣ୍ଣିଂ କାଉନସିଲ୍ ଚେୟାରମ୍ୟାନ୍ ମିଲିନ୍ଦ ନାର୍ଭେକର ଦିନିକିଆ ସିରିଜ୍ ଆୟୋଜନକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜ୍ୟ ସରକାର ଖେଳାଳି ଓ ଅଫିସିଆଲ୍ସଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପ୍ରତିଷେଧକ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଇଥିଲା। ତେବେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଷ୍ଟାଡିୟମ ଭିତରକୁ ୫୦ ପ୍ରତିଶତ ଦର୍ଶକଙ୍କୁ ଯିବା ପାଇଁ ଅନୁମତି ମିଳିଥିଲା। ଚତୁର୍ଥ ଟେଷ୍ଟରେ ମଧ୍ୟ ସମାନ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିବେ। ଟେଷ୍ଟ ପରେ ଟି-୨୦ ସିରିଜ୍ ମାର୍ଚ୍ଚ ୧୨ ତାରିଖରୁ ଅହମ୍ମଦାବାଦରେ ଆରମ୍ଭ ହେବ।

The post ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ appeared first on Odisha Reporter.



from Odisha Reporter https://ift.tt/3kwYWCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages