ସ୍ୱାମୀଙ୍କୁ ଟେମ୍ପୋ ପଛପଟେ ବାନ୍ଧି ଘୋଷାଡ଼ି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ସ୍ୱାମୀଙ୍କୁ ଟେମ୍ପୋ ପଛପଟେ ବାନ୍ଧି ଘୋଷାଡ଼ି ନେଲେ

ସୁରଟ: ଅତିଷ୍ଠ ହୋଇପଡିଲା ସ୍ୱାମୀର ଅତ୍ୟାଚାର। ଆଉ ସହି ହେଲାନି, ଭୁଲିଗଲେ ସ୍ତ୍ରୀର ଧର୍ମ। ଶେଷରେ ସ୍ୱାମୀକୁ ଟେମ୍ପୋ ପଛପଟେ ବାନ୍ଧି ଘୋଷାଡି ନେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁରଟର କଦୋଦରା ଅଞ୍ଚଳରେ। ସୋଶାଲ ମିଡିଆରେ ପୁରା ଘଟଣା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ ପୁଲିସ ଉକ୍ତ ସ୍ତ୍ରୀ ଓ ତାଙ୍କ ଭାଇଙ୍କୁ ଅଟକ ରଖିଛି।

ମହାରାଷ୍ଟ୍ର ଜଳଗାଓଁ ଅଞ୍ଚଳର ବାଳକୃଷ୍ଣ ରାଥୋଡ। ସେ ଏକ ମିଲରେ ଶ୍ରମିକ ଭାବେ କାମ କରନ୍ତି। ଶୁକ୍ରବାର ମଧ୍ୟାହ୍ଣରେ ମିଲରୁ କାମ ସାରି ବାଳକୃଷ୍ଣ ମଦ୍ୟପ ଅବସ୍ଥାରେ ଦୁର୍ଗାନଗରରେ ଥିବା ତାଙ୍କ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଶୀତଲଙ୍କୁ ଗାଳିଗୁଲଜ କରିବା ସହ ମାରପିଟ ମଧ୍ୟ କରିଥିଲେ। ସ୍ୱାମୀର ଅତ୍ୟାଚାର ଓ ମାଡ ସହି ନ ପାରି ଶୀତଲ ଫୋନ କରି ତାଙ୍କ ଭାଇ ଅନିଲ ଚୌହାନଙ୍କୁ ଡାକିଥିଲେ।

ଅନିଲ ନିଜ ମିନି ଟେମ୍ପୋ ଧରି  ଭଉଣୀ ଘରକୁ ଆସିଥିଲେ ଏବଂ ଭିଣେଇଙ୍କୁ ବୁଝାସୁଝା କରିଥିଲେ। ତାଙ୍କ ଭଉଣୀଙ୍କୁ ମାରପିଟ ନକରିବା ପାଇଁ ସେ କହିଥିଲେ । କିନ୍ତୁ ବାଳକୃଷ୍ଣ କିଛି ବୁଝି ନଥିଲେ। ଓଲଟି ତାଙ୍କୁ ମଧ୍ୟ ସେ ଗାଳିଗୁଲଜ କରିଥିଲେ।  ଶେଷରେ ଶଳା ଏବଂ ସ୍ତ୍ରୀ ମିଶି ବାଲକୃଷ୍ଣଙ୍କୁ ଏକ ଦଉଡିରେ ଟେମ୍ପୋ ପଛପଟେ ବାନ୍ଧି ଅଧ କିଲୋମିଟର ଯାଏଁ ରାସ୍ତାରେ ଘୋଷାଡି ନେଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ସୋଶାଲ ମିଡିଆରେ ଭିଡିଓଟି ଭାଇରାଲ ମଧ୍ୟ ହୋଇଛି।

ଭିଡିଓ ସମ୍ନାକୁ ଆସିବା ପରେ ପୁଲିସ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରି ଶୀତଲ ଏବଂ ତାଙ୍କ ଭାଇ ଅନିଲଙ୍କୁ ଗିରଫ କରିଛି। ଉକ୍ତ ଟେମ୍ପୋଟିକୁ ମଧ୍ୟ ପୁଲିସ ଜବତ କରିଛି। ସପଟେ ସ୍ୱାମୀ ବାଳକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ସ୍ୱାମୀଙ୍କୁ ଟେମ୍ପୋ ପଛପଟେ ବାନ୍ଧି ଘୋଷାଡ଼ି ନେଲେ appeared first on Odisha Reporter.



from Odisha Reporter https://ift.tt/3uEPsdm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages