ଜଗତସିଂହପୁର ଯୁବକଙ୍କୁ ମୋଦିଙ୍କ ପ୍ରଶଂସା: ‘ନାୟକ ସାର୍ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ଜଗତସିଂହପୁର ଯୁବକଙ୍କୁ ମୋଦିଙ୍କ ପ୍ରଶଂସା: ‘ନାୟକ ସାର୍ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି। ସେହି ଯୁବକ ଜଣକ ହେଉଛନ୍ତି ବେଶ୍ ଜଣାଶୁଣା ଜଗତସିଂହପୁରର ସିଲୁ ନାୟକ ଓରଫ୍ ନାୟକ ସାର୍‌, ଯାହାଙ୍କୁ ଠାରୁ ଅନେକ ଯୁବକ ଟ୍ରେନିଂ ପାଇଁ ସେନାରେ ଭର୍ତ୍ତି ହୋଇଛନ୍ତି। ସେନାରେ ସାମିଲ୍ ହେବାକୁ ନାୟକ ସାର ଯୁବକମାନଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି।

ମୋଦି କହିଛନ୍ତି, ‘ଓଡ଼ିଶାର ଅରଖକୂଦରେ ଜଣେ ନାୟକ୍ ସାର୍ ଅଛନ୍ତି। ତାଙ୍କର ପୂରା ନାମ ସିଲୁ ନାୟକ। କିନ୍ତୁ ସମସ୍ତେ ତାଙ୍କୁ ନାୟକ ସାର୍ ସମ୍ବୋଧନ କରନ୍ତି। ଯେଉଁମାନେ ସେନାରେ ସାମିଲ୍ ହେବାକୁ ଯାଉଛନ୍ତି, ସେମାନଙ୍କୁ ସିଲୁ ମାଗଣାରେ ଟ୍ରେନିଂ ଦେଉଛନ୍ତି। ନାୟକ ସାରଙ୍କ ପ୍ରଶିକ୍ଷଣ କେନ୍ଦ୍ରର ନାଁ ହେଉଛି ମହାଗୁରୁ ବାଟାଲିୟନ୍। ଏଥିରେ ଫିଜିକାଲ୍ ଫିଟନେସ୍ ଠାରୁ ଆରମ୍ଭ କରି ଇଣ୍ଟରଭ୍ୟୁ, ରିଟିନ୍ ଆଦି ରହିଛି।

ତାଙ୍କଠାରୁ ତାଲିମ ପାଇଁ ଅନେକ ଯୁବକ ସ୍ଥଳ, ଜଳ ଓ ନୌସେନା ସହ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେଇଛନ୍ତି। ଖୋଦ୍ ସିଲୁ ନାୟକ ଓଡ଼ିଶା ପୁଲିସରେ ଭର୍ତ୍ତି ହେବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସେ ଏଥିରେ ସଫଳ ହେଲେ ନାହିଁ। ଏହା ସତ୍ତ୍ୱେ ସେ ନିଜ ପ୍ରଶିକ୍ଷଣ ଦମରେ ଅନେକ ଯୁବକଙ୍କୁ ଦେଶର ସେବା କରିବା ପାଇଁ ପ୍ରସ୍ତୁତ କରିଛନ୍ତି। ନାୟକ ସାର ଆଗାମୀ ଦିନରେ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରିବା ନେଇ ଆମେ ତାଙ୍କୁ ଶୁଭକାମନା ଜଣାଇବା।’

ସୂଚନାଯୋଗ୍ୟ, ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ୨୦୧୬ ମସିହାରେ ଓଆଇଏସଏଫରୋଟା ଚାକିରୀ ପାଇଥିବା ସିଲୁ ନାୟକ ଯୁବକମାନଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ରାଉରକେଲା ଠାରେ ଟ୍ରେନଂ ଚାଲିଥିବା ବେଳେ ଅଧାରୁ ଚାଲିଆସି ଏହି ବାଟାଲିଅନ ପ୍ରତିଷ୍ଠା କରିଥିଲେ।

ମାତ ୨୩ ବର୍ଷ ବୟସରଙ୍କ ସେ ଓଆଇଏସଏଫରେଥିଲ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ। ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାର୍ଶ୍ୱରେ ପ୍ରତିଷ୍ଠା କଲେ ମହାଗୁରୁ ବାଟାଲିଅନ। ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ୱା ଦୌଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ।

କେବଳ ଏତିକି ନୁହେଁ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାରେ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି ସିଲୁ। ସାଧାରଣ ଜ୍ଞାନ,ଏରିଥମେଟିକ୍ ‍ ପ୍ରଭୃତି ଶିକ୍ଷା ଦିଆଯାଉଛି ଏହି ବାଟାଲିଅନ ଗୃହରେ। ଏହିଠାରେ ପ୍ରଶିକ୍ଷଣ ନେଇଥିବା ୪୦ରୁ ଉର୍ଦ୍ଧ୍ୱ ଯୁବକ ଏବେ ଭାରତୀୟ ସେନା, ଓଡିଶା ପୁଲିସ ଏବଂ ଅନ୍ୟ ସିକୁରିଟି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏବେ ପ୍ରାୟ ୬୦ ଜଣ ପିଲା ଏଠାରେ ପ୍ରଶିକ୍ଷଣ ନେଉଛନ୍ତି।

The post ଜଗତସିଂହପୁର ଯୁବକଙ୍କୁ ମୋଦିଙ୍କ ପ୍ରଶଂସା: ‘ନାୟକ ସାର୍ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’ appeared first on Odisha Reporter.



from Odisha Reporter https://ift.tt/3b0oepC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages