ନୂଆଦିଲ୍ଲୀ: ନୂଆ କୀର୍ତ୍ତିମାନ ସ୍ଥାପନ କଲା ଇସ୍ରୋ। ରବିବାର ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ପେଶ ସେଣ୍ଟରରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ଛଡ଼ାଯାଇଛି। ଏହି ଉପଗ୍ରହକୁ ଶ୍ରୀହରିକୋଟାର ସତୀଶ ଧୱନ୍ ସ୍ପେଶ ସେଣ୍ଟରରୁ ଫେବୃଆରୀ ୨୮ ତାରିଖ ସକାଳ ୧୦.୨୪ ମିନିଟରେ ଉତକ୍ଷେପଣ କରାଯାଇଛି। ଏହି ମହାକାଶ ଯାତ୍ରାରେ ବ୍ରାଜିଲର ସାଟେଲାଇଟ୍ ଆମାଜୋନିଆ-୧ ବ୍ୟତୀତ ୧୮ ଅନ୍ୟ ସାଟେଲାଇଟକୁ ପଠାଯାଇଛି। ଏହା ମଧ୍ୟ ୨୦୨୧ର ପ୍ରଥମ ଉତ୍କ୍ଷେପଣ।
ଏହି ଉତ୍କ୍ଷେପଣରେ ବିଶେଷତ୍ୱ ହେଉଛି, ଏଥିରେ ଭାଗବତ ଗୀତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋଚିତ୍ର ମଧ୍ୟ ମହାକାଶକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋଚିତ୍ର ଏବେ ପୂରା ପୃଥିବୀ ପରିକ୍ରମା କରିବ। ଇସ୍ରୋର ଏହି ସଫଳ ପରୀକ୍ଷଣ ସହ ଭାରତ ପକ୍ଷରୁ ଲଞ୍ଚ୍ କରାଯାଇଥିବା ବିଦେଶୀ ସାଟେଲାଇଟ୍ ସଂଖ୍ୟା ୩୪୨କୁ ବୃଦ୍ଧି ପାଇଛି। ରବିବାର ଲଞ୍ଚ ହୋଇଥିବା PSLV-C51ର ଉତ୍କ୍ଷେପଣ ସମୟସୀମା ୧ ଘଣ୍ଟ, ୫୫ ମିନିଟ୍ ଓ ୭ ସେକେଣ୍ଡ ରହିଛି।
#WATCH ISRO's PSLV-C51 carrying Amazonia-1 and 18 other satellites lifts off from Satish Dhawan Space Centre, Sriharikota pic.twitter.com/jtyQUYi1O0
— ANI (@ANI) February 28, 2021
ରବିବାର ଯେଉଁ ଉପଗ୍ରହକୁ ଉତକ୍ଷେପଣ କରାଯାଇଛି, ସେଥିରେ ଚେନ୍ନାଇର ସ୍ପେସ୍ କିଡ୍ଜ ଇଣ୍ଡିଆ (SKI)ର ସତୀଶ ଧୱନ୍ SAT (SD SAT) ସାମିଲ୍ ଅଛି। ଏହାର ଉପର ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଟୋଚିତ୍ର ଲଗାଯାଇଛି। SKI ମଧ୍ୟ ଭାଗବତ ଗୀତାକୁ ଏସ୍ଡି କାର୍ଡରେ ପଠାଇଛି। ତେବେ ଭାରତ ପକ୍ଷରୁ ପ୍ରଥମଥର ବ୍ରାଜିଲର ଉପଗ୍ରହକୁ ମହାକାଶକୁ ପଠାଯାଇଛି। ଏହି ଉପଗ୍ରହର ଲଞ୍ଚ୍ ପାଇଁ ବ୍ରାଜିଲରୁ ଏକ ବୈଜ୍ଞାନିକ ଦଳ ଭାରତ ଆସିଥିଲେ।
Watch Live: Launch of Amazonia-1 and 18 Co-passenger satellites onboard PSLV-C51 https://t.co/8g9vk1C5es
— ISRO (@isro) February 28, 2021
ଆମାଜୋନିଆ-୧ ଚାରି ବର୍ଷ ପର୍ଯ୍ୟନ୍ତ ଡାଟା ପଠାଇବ। ଆମାଜୋନିଆ-୧ ଉପଗ୍ରହ ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ଉପରେ ନଜର ରଖିବା ସହ ବ୍ରାଜିଲର କୃଷି କ୍ଷେତ୍ର ସମ୍ବନ୍ଧିତ ବିଭିନ୍ନ ବିଶ୍ଳେଷଣ ପାଇଁ ଉପଭୋକ୍ତାଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ବର୍ତ୍ତମାନ ଷ୍ଟ୍ରକଚରକୁ ଆହୁରି ମଜଭୁତ୍ କରିବ।
ଉତକ୍ଷେପଣର କିଛି ସମୟ ପୂର୍ବରୁ ଇସ୍ରୋର ମୁଖ୍ୟ ସିବନ୍ କହିଥିଲେ, PSLV-C51 ପୂରା ଦେଶ ପାଇଁ ବହୁତ ସ୍ୱତନ୍ତ୍ର। ଏହି ଉତକ୍ଷେପଣ ଦ୍ୱାରା ଭାରତରେ ମହାକାଶ ସଂସ୍କାରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି। ମୁଁ ନିଶ୍ଚିତ ଯେ ସମସ୍ତେ ଏଭଳି ପଦକ୍ଷେପକୁ ଆଗକୁ ବଢ଼ିବାରେ ସହାୟତା କରିବେ।
The post ମହାକାଶକୁ ଗଲା ଭାଗବତ ଗୀତା ଓ ମୋଦିଙ୍କ ଫଟୋଚିତ୍ର appeared first on Odisha Reporter.
from Odisha Reporter https://ift.tt/2O2FMZb
No comments:
Post a Comment