କଟକ(ଓଡ଼ିଶା ରିପୋର୍ଟର): ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକୁଥିଲେ। ଏପରିକି ସରକାରୀ ଜମିକୁ ବି ଛାଡ଼ୁ ନ ଥିଲେ। ତାକୁ ବି ବିକି ଚଳୁ କରି ଦେଉଥିଲେ ଏପରି ଥରେ କି ଦି ଥର ନୁହେଁ, ୩ ବର୍ଷ ଧରି ଲଗାତାର ଭାବେ ଏପରି ଠକାମୀ ରାକେଟ ଚଲାଉଥିବା ୬ ଜଣ ସଦସ୍ୟ ବନ୍ଧା ହେଲେ । ସେମାନଙ୍କଠାରୁ ଲକ୍ଷେ ୪୦ ହଜାର ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରାଯାଇଛି ।
କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେଲା ଏପରି ରାକେଟ ଚଳାଇଥିଲେ ଗ୍ରୁପ୍ର ସଦସ୍ୟ। ଏମାନଙ୍କ ଦ୍ୱାରା ୧୦ରୁ ୧୫ ଜଣ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ କରିବା ପରେ ଛାନଭିନ ଆରମ୍ଭ କଲା ପୁଲିସ୍। ଏମାନେ ବିଭିନ୍ନ ସମୟରେ ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକ୍ରି କରି ଲୋକଙ୍କୁ ଚୂନ ଲଗାଉଥିଲେ । ସେହିଭଳି ସରକାରୀ ଜମିକୁ ମଧ୍ୟ ବିକ୍ରି କରୁଥିଲେ ।
ଚୌଦ୍ୱାର ଅଞ୍ଚଳରେ ଏପରି ୪,୫ଟି ଗ୍ୟାଙ୍ଗ କରୁଥିବା ପୁଲିସ୍ ନଜରକୁ ଆସିଛି। ଖୁବ୍ ଶୀଘ୍ର ସେମାନଙ୍କୁ ବାନ୍ଧିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି।
The post ଥରକୁ ଥର ବିକୁଥିଲେ ଗୋଟିଏ ଜମି, ଶେଷରେ ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/3pBIty6
No comments:
Post a Comment