ସାଇକୋ କିଲର୍‌ ପ୍ରଭୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ସାଇକୋ କିଲର୍‌ ପ୍ରଭୁ!

ଚେନ୍ନାଇ: କୋରିଓଗ୍ରାଫରରୁ ସାଇକୋ କିଲର ସାଜିଛନ୍ତି  ଅଭିନେତା ପ୍ରଭୁ ଦେବା। ନିଜର ଶାନ୍ତଶିଷ୍ଟ ସ୍ୱଭାବ ପାଇଁ ପରିଚିତ ପ୍ରଭୁ ଏବେ ସାଜିଛନ୍ତି ହିଂସ୍ର। ଚୁପଚାପ କମ କଥା କହୁଥିବା ଅଭିନେତାଙ୍କୁ ଦେଖିବାକୁ ମିଳିଛି ଭୟାନକ ରୂପ । ଯିଏ ଦେଖୁଛି ସିଏ ଚକିତ ହୋଇପଡୁଛି। ପ୍ରଥମଥର ପାଇଁ ପ୍ରଭୁ ଦେବାଙ୍କ ଖତରନାକ ଲୁକ ଦେଖି ତାଙ୍କ ପ୍ରଶଂସକମୋେନ ମଧ୍ୟ ସରପ୍ରାଇଜ ହୋଇପଡିଛନ୍ତି। ଡ୍ୟାନ୍ସର, କୋରିଓଗ୍ରାଫର, ଅଭିନେତା, ନିର୍ଦ୍ଦେଶକ ପରେ ଏବେ ସାଇକୋ କିଲର ଲୁକ୍‌ରେ ସେ ନଜର ଆସିଛନ୍ତି । ନିକଟରେ ରିଲିଜ ହୋଇଥିବା ତାଙ୍କର ଅପକମିଂ ଫିଲ୍ମ ‘ବଘିରା’ର ଟିଜରରେ ପ୍ରଭୁ ଦେବାଙ୍କୁ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ।  ପ୍ରଭୁଙ୍କ ଏହି ନୂଆ ଲୁକ୍‌କୁ ପ୍ରଶସଂକମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି।

ସାଇକୋ କିଲର ଲୁକ୍‌ରେ ପ୍ରଭୁ ଦେବା

ରିଲିଜ ହୋଇଥିବା ଏହି ଟିଜରରେ ପ୍ରଭୁ ଦେବାଙ୍କ ଦମଦାର ଅଭିନୟ ସାଙ୍ଗକୁ ଭିନ୍ନ ଭିନ୍ନ ଗେଟଅପ୍‌ ଏବଂ ପ୍ରତି ଗେଟଅପ୍‌ରେ ତାଙ୍କର ଷ୍ଟାଇଲ ଓ ଲୁକ୍ ପୁରାପୁରି ହଟ୍‌କେ ରହିଛି। ଅନେକ ଗୁଡିଏ ଲୁକ୍ସରେ ପ୍ରଭୁ ଦେବାଙ୍କୁ ଚିହ୍ନିବା ବି ମୁସକିଲ ହୋଇପଡିଛି। ତାଙ୍କର ଏହି ଲୁକ୍‌ ଏବଂ ଗେଟଅପ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଟିଜରକୁ ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ”ଏହି ଟିଜର ରିଲିଜ ହେବା ପରେ, ମୁଁ ମୋ ବନ୍ଧୁଙ୍କ ପାଇଁ ବେଶ ଖୁସି ଅଛି।”

ନିର୍ଦ୍ଦେଶକ ଅଦ୍ୱିକ ରବିଚନ୍ଦ୍ରନଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ବଘିରା’ର ଲିଡ୍‌ ରୋଲରେ ପ୍ରଭୁଦେବା ଅଛନ୍ତି। ତାଙ୍କ ଅପୋଜିଟରେ ଅମାୟରା ଦସ୍ତୁରଙ୍କୁ ଦେଖିବାକୁ ମିଳିବ। ଏଥିରେ ପ୍ରଭୁ ନେଗେଟିଭ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କିଛି ସୂଚନା ମିଳିନାହିଁ।

ପୂର୍ବରୁ ପ୍ରଭୁଦେବା ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି। କେବଳ ସେତିକି ନୁହେଁ ଟଲିଉଡ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଅନେକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଅଗକୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରାଧେ’ ଖୁବଶୀଘ୍ର ପରଦାକୁ ଆସିବ।

The post ସାଇକୋ କିଲର୍‌ ପ୍ରଭୁ! appeared first on Odisha Reporter.



from Odisha Reporter https://ift.tt/37wq5Ax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages