କାଶ୍ମୀରରେ କଳା ବରଫ ପଡିଲେ ବିଜେପିରେ ସାମିଲ ହେବି: ଗୁଲାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

କାଶ୍ମୀରରେ କଳା ବରଫ ପଡିଲେ ବିଜେପିରେ ସାମିଲ ହେବି: ଗୁଲାମ

ନୂଆଦିଲ୍ଲୀ: ଯେଉଁ ଦିନ କାଶ୍ମୀରରେ କଳା ବରଫ ପଡିବ, ସେହିଦିନ ମୁଁ ବିଜେପିରେ ସାମିଲ ହେବି। କେବଳ ବିଜେପି କାହିଁକି, ସେହି ଦିନ ମୁଁ ଅନ୍ୟ ଦଳରେ ମଧ୍ୟ ସାମିଲ ହୋଇଯିବି। ରାଜ୍ୟସଭାରୁ ଅବସର ନେବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଅଜାଦ କିଛି ଏଭଳି କିହିଛନ୍ତି।

ରାଜ୍ୟସଭାରୁ ଅବସର ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ତେବେ ତାଙ୍କୁ ଅବସର ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଥିଲେ।  ପ୍ରଧାନମନ୍ତ୍ରୀ, ଗୁଲାମ ନବୀ ଆଜାଦଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହି ପ୍ରଶଂସା କରିଥିଲେ। ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଆଜାଦ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହୁଏତ ମୋଦି ତାଙ୍କୁ କିଛି ଗୁରୁ ଦାୟିତ୍ୱ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ହେଉଛି।

ତେବେ ନିକଟରେ ଗୁଲାମ ନବୀ ଆଜାଦ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି। ଏକ ସାକ୍ଷାତକାରରେ ବିଜେପିରେ ଯୋଗଦେବା ସମ୍ପର୍କରେ ସେ କହିଛନ୍ତି ଯେ, କାଶ୍ମୀରରେ କଳା ବରଫ ପଡିଲେ ମୁଁ ବିଜେପିରେ ଯୋଗଦେବି। ବିଜେପି କାହିଁକି, ସେଦିନ ମୁଁ ଅନ୍ୟ କୌଣସି ଦଳରେ ମଧ୍ୟ ଯୋଗଦେବି। ଯେଉଁମାନେ ଏହି ଗୁଜବ ପ୍ରଚାର କରିଛନ୍ତି, ସେମାନେ ମୋତେ ଜାଣନ୍ତି ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଧମକ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଜାଦ କହିଛନ୍ତି, ୯୦ ଦଶକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେ ପରସ୍ପରକୁ ଜାଣିଛନ୍ତି। ଯେତେବେଳେ ଦୁହେଁ ସାଧାରଣ ସଚିବ ଥିଲେ, ବିଭିନ୍ନ ଟିଭି ବିତର୍କରେ ଆସୁଥିଲେ। ବିତର୍କରେ ମଧ୍ୟ ଲେଢ଼ଇ କରୁଥିଲୁ, କିନ୍ତୁ ପରେ ଦୀର୍ଘ ସମୟ ଧରି ପରସ୍ପର ସହ କଥା ହେଉଥିଲୁ ବୋଲି ଆଜାଦ କହିଛନ୍ତି।

The post କାଶ୍ମୀରରେ କଳା ବରଫ ପଡିଲେ ବିଜେପିରେ ସାମିଲ ହେବି: ଗୁଲାମ appeared first on Odisha Reporter.



from Odisha Reporter https://ift.tt/3d3DRhx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages