ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଭୌଗଳିକ ସୀମାରେ ପଶି ଗତକାଲି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ନେଡିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। ନହେଲେ ଆହୁରି ଖରାପ ସ୍ଥିତି ସାମ୍ନା କରିବାକୁ ପଡ଼ିପାରେ । ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସୋଶାଲ ମିଡିଆରେ ଏଭଳି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି ସତ। କିନ୍ତୁ ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବାକୁ ଆଶା ଅଛି ସେ ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗାଁରେ ବିକାଶ ଓ ସରକାରୀ ସେବା ମଜବୁତ କରନ୍ତୁ । ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ ଆମ ମାତୃଭୂମିର ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରନ୍ତୁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମାମଲା ସୁପ୍ରିମକୋର୍ଟ ବିଚାରାଧୀନ ରହିଛି। ଏହାପରେ ବି ପ୍ରଶାସନିକ ଅଧିକାରୀଙ୍କ  ଅନୁରୋଧ ସତ୍ତ୍ୱେ ଗତକାଲି  ମାଲକାନଗିରି, ଗଜପତି ଓ କୋରାପୁଟ ଜିଲ୍ଲାରେ ପଶି ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ର। ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ସରଗରମ ରହିଛି।

ଅପରପକ୍ଷେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପରୁ କେତେକ ଲୋକେ ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଯାଇଛି। ପାରାଦୀପର ବିଭିନ୍ନ ବସ୍ତିର ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ନିର୍ବାଚନ କମିଶନରଙ୍କୁ ଏସମ୍ପର୍କରେ ଅବଗତ କରାଯିବ।  ଦୁଇଟି ଭୋଟର କାର୍ଡ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।

ସେହିଭଳି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଯାଇଥିବା କିଛି ଲୋକେ ଅଧା ବାଟରୁ ଫେରି ଆସିଥିବା ସୂଚନା ଥିବା ଜିଲ୍ଲାପାଳ କହିଛନ୍ତି । ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପର ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତିର ବହୁ ଲୋକେ  ଯାଇଥିବା ଅଭିଯୋଗ ହୋଇଥିଲା।  ଏପରିକି ଏହି ଅଞ୍ଚଳର ଲୋକଙ୍କ ପାଖରେ ଆନ୍ଧ୍ର ଏବଂ ଓଡ଼ିଶାର ଭୋଟର୍ କାର୍ଡ ଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।

The post ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ appeared first on Odisha Reporter.



from Odisha Reporter https://ift.tt/3b1Y0St

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages