ଆଶାରାମ ବାପୁ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

ଆଶାରାମ ବାପୁ ଅସୁସ୍ଥ

ଜୟପୁର: ବିଗିଡିଲା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ସ୍ୱାସ୍ଥାବସ୍ଥା। ଯୋଧପୁର ଜେଲରେ ବନ୍ଦ ଥିବା  ଆଶାରାମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ରାଜସ୍ଥାନ ଯୋଧପୁର ସ୍ଥିତ ମହାତ୍ମାଗାନ୍ଧୀ ହସ୍ପିଟାଲ ଏବଂ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ,ମଙ୍ଗଳବାର ରାତିରେ ଜେଲ ଭିତରେ ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର କରାଯାଇଥିଲା। ପରେ ତାଙ୍କୁ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଭର୍ତ୍ତି ହେବା ପରେ ଆଶାରାମଙ୍କ ଅନେକ ପ୍ରକାରର ଟେଷ୍ଟ କରାଯାଇଛି। ରକ୍ତଚାପ ସହ ତାଙ୍କ ଆଣ୍ଠୁରେ ବ୍ୟଥା ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ୨୦୧୩ରେ ଆଶାରାମଙ୍କ ନାଁରେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ଆଶାରାମଙ୍କ ଉପରେ ପୋକସୋ, ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ଦୁଷ୍କର୍ମ, ଅପରାଧୀକ ଷଡଯନ୍ତ୍ର ପରି ଅନେକ କେସ୍‌ ରହିଛି।

୨୦୧୪ରେ ସୁପ୍ରିମକୋର୍ଟ ଆଶାରାମଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲା। ୨୦୧୮ରେ ଯୋଧପୁର ସ୍ୱତନ୍ତ୍ର କୋର୍ଟ ଆଶାରାମଙ୍କୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଆଶାରାମଙ୍କୁ ପୋକସୋ ଆଇନ୍‌ ମୁତାବକ ଆଜୀବନ କାରାବାସ ଓ ୧ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରଠାରୁ ସେ ଯୋଧପୁର ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି।

The post ଆଶାରାମ ବାପୁ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/2OOLrCJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages