୨୨ଥର ପାଇଁ ୨ ଦିନରେ ଟେଷ୍ଟ ମ୍ୟାଚ୍‌ ଖତମ, ଏମିତି କହିଲେ ବିରାଟ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

୨୨ଥର ପାଇଁ ୨ ଦିନରେ ଟେଷ୍ଟ ମ୍ୟାଚ୍‌ ଖତମ, ଏମିତି କହିଲେ ବିରାଟ କୋହଲି

ଅହମଦାବାଦ: ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପିଙ୍କ ବଲ୍‌ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ କରି ବାଜିମାତ କରିଛି ଟିମ୍‌ ଇଣ୍ତିଆ। ସ୍ପିନରଙ୍କ ରାଜୁତି ଆଗରେ ଏକପ୍ରକାରର ମାଟି କାମୁଡ଼ିଛି ଇଂଲିଶ ଟିମ୍‌। ଦୁଇ ଦିନରେ ମାତ୍ର ୧୪୦ ଓଭର୍‌ ଖେଳ ହୋଇଛି ଓ ୩୦ଟି ୱିକେଟର ପତନ ଘଟିଛି।

ତୃତୀୟ ଟେଷ୍ଟକୁ ଭାରତ ୧୦ ୱିକେଟ୍‌ରେ ଜିତି ଇଂଲଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପୟନଶିପ୍‌ ରେସ୍‌କୁ ବିଦା କରିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡ ସହ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବାକୁ ଗୋଟିଏ ପାଦ ଆଗକୁ ବଢ଼ାଇଛି। ଏବେ ୪ର୍ଥ ଟେଷ୍ଟକୁ ଅତିକମରେ ଡ୍ର’ ରଖିଲେ ଭାରତ ଟେଷ୍ଟ ଚାମ୍ପିୟନଶିପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିବେ।

ଅନ୍ୟପକ୍ଷରେ ବିଶ୍ୱ ଟେଷ୍ଟ ଇତିହାସରେ ୨୨ଥର ପାଇଁ ୨ ଦିନ ମଧ୍ୟରେ କୌଣସି ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨ ଦିନ ମଧ୍ୟରେ ଶେଷ ହୋଇଥିବା ଟେଷ୍ଟରେ ଇଂଲଣ୍ଡ ୧୩ଥର ରହିଛି। ଏହି ୧୩ ଥର ମଧ୍ୟରୁ ଦଳ ଗତକାଲିକୁ ମିଶାଇ ୪ଥର ହାରିଛି। ବାକି ମ୍ୟାଚ୍‌ରେ ବାଜିମାତ କରିଛି।

ତୃତୀୟ ଟେଷ୍ଟର ବିଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଉଭୟ ଦଳର ଖରାପ ବ୍ୟାଟିଂକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ମ୍ୟାଚ୍‌ ପରେ ବିରାଟ କହିଛନ୍ତି, ସତ କହିବାକୁ ଗଲେ ମୁଁ ଭାବୁନାହିଁ ଯେ ଉଭୟ ଦଳର ଖେଳାଳି ସେମାନଙ୍କ ଦକ୍ଷତା ଅନୁସାରେ ବ୍ୟାଟିଂ କରିଛନ୍ତି। ଉଭୟ ଦଳର ବ୍ୟାଟସମ୍ୟାନ୍‌ ନିଜର କଳା ଦେଖାଇବାରେ ସମର୍ଥ ହୋଇନାହାନ୍ତି। ପ୍ରଥମ ଦିନରେ ବଲ୍‌ ବ୍ୟାଟ୍‌କୁ ଠିକ୍‌ ଭାବେ ଆସୁଥିଲା। ଭଲ ବଲ ସ୍ପିନ ମଧ୍ୟ ହେଉଥିଲା।

ମୋ ମତରେ ବ୍ୟାଟିଂ ପାଇଁ ପିଚ୍‌ ପ୍ରଥମ ଇନିଂସ୍‌ରେ ବେଶ ଭଲ ଥିଲା। ତଥାପି ଉଭୟ ଦଳ ଦକ୍ଷତା ଅନୁସାରେ ବ୍ୟାଟିଂ କରିନାହାନ୍ତି। ମ୍ୟାଚ୍‌ରେ ମୋଟ ୩୦ଟି ୱିକେଟର ପତନ ହୋଇଛି। ଏହା ମଧ୍ୟରୁ ୨୧ ଜଣ ବ୍ୟାଟସମ୍ୟାନ୍‌ ସିଧା ବଲରେ ଆଉଟ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଗୋଟିଏ ବିଚିତ୍ର ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ବ୍ୟାଟସମ୍ୟାନଙ୍କ ପାଖରେ ଏକାଗ୍ରତାର ଅଭାବ ଥିଲା। ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଏହା ହେଉଛି ଟେଷ୍ଟ କ୍ରିକେଟ୍। ବ୍ୟାଟସମ୍ୟାନମାନେ ଡିଫେନ୍ସ ଉପରେ ଅଧିକ ଧ୍ୟାନ ଦେବା ଦରକାର। ଅଲଗା କିଛି କରିବାକୁ ଯାଇ ଉଭୟ ଦଳର ବ୍ୟାଟସମ୍ୟାନ ଆଉଟ ହୋଇଛନ୍ତି।

ଆମେ ପ୍ରଥମ ଇନିଂସ୍‌ରେ ୩ ୱିକେଟ ହରାଇ ୧୦୦ ରନ୍‌ କରିଥିଲୁ। ହେଲେ ୧୫୦ ରନ୍‌ ଭିତରେ ବାକି ସବୁ ୱିକେଟ ହରାଇଲୁ। ମୁଁ କେବେ ହେଲେ ଏମିତି ଦୁଇ ଦିନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ସରିବାର ଅଭିଜ୍ଞତା ହାସଲ କରି ନଥିଲି। ଏହା ଏକ ବିଚିତ୍ର ମ୍ୟାଚ୍‌ ଥିଲା, ଯାହା ଦୁଇ ଦିନ ମଧ୍ୟରେ ଶେଷ ହୋଇଯାଇଛି। ସବୁ କିଛି ଏତେ ଶୀଘ୍ର ଶୀଘ୍ର ହୋଇଯାଉଥିଲା ଯେ ଭାବିବାକୁ ମଧ୍ୟ ସମୟ ମିଳୁ ନଥିଲା ବୋଲି ବିରାଟ କହିଛନ୍ତି।

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ବିରାଟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗୁଜରାଟ ସହ କ’ଣ ହୋଇଛି ମୁଁ ଜାଣିନି। ଗୁଜରାଟରୁ ଅନେକ ଭଲ ବାମହାତୀ ସ୍ପିନର ସାମ୍ନାକୁ ଆସୁଛନ୍ତି। ଅକ୍ସରଙ୍କୁ ଆପଣ କେବେ ହେଲେ ସୁଇପ୍‌ କରିପାରିବେ ନାହିଁ। ସେହିପରି ଅଧିକ ସମୟ ତାଙ୍କୁ ଡିଫେନ୍ସ କରି ଖେଳିବା ମଧ୍ୟ ଅସମ୍ଭବ। ଯଦି ୱିକେଟ୍‌ରେ କିଛି ଅଛି, ତା’ହେଲେ ଅକ୍ଷର ନିଶ୍ଚିତ ନିଜର ଯାଦୁ ଦେଖାଇବେ ବୋଲି ସେ କହିଛନ୍ତି।

ଏହି ମ୍ୟାଚ୍‌ରେ ଅକ୍ଷର ପଟେଲ ଦୁଇଟି ଯାକ ଇନିଂସ୍‌ରେ ୧୧ଟି ୱିକେଟ ନେଇଛନ୍ତି। ପ୍ରଥମ ଇନିଂସ୍‌ରେ ୬ଟି ଓ ଦ୍ୱିତୀୟ ଇନିଂସ୍‌ରେ ସେ ୫ ଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି।

The post ୨୨ଥର ପାଇଁ ୨ ଦିନରେ ଟେଷ୍ଟ ମ୍ୟାଚ୍‌ ଖତମ, ଏମିତି କହିଲେ ବିରାଟ କୋହଲି appeared first on Odisha Reporter.



from Odisha Reporter https://ift.tt/2Ms466r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages