୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ, କାନରୁ ବ୍ଲଡ଼ ବାହାରୁଥିବା ବେଳେ ଗୋଡ଼, ହାତ ସିଝିଯାଉଛି।  ନିର୍ଯାତନାର ଏପରି ଲୋମଟାଙ୍କୁରା କାହାଣୀ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ୪ ନାବାଳକ।ଏପରିକି ବାହାର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ  କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଗିରଫର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ନିୟମର ହୋଇଛି ଖୁଲମଖୁଲା ଉଲ୍ଲଘଂନ।  ହେଲେ ଚୋରି  ଘଟଣାରେ ୩ ଦିନ ପୂର୍ବେ ଗିରଫ କରାଯାଇଥିବା  ୪ ନାବାଳକଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଜଣେ ହାବିଲଦାରଙ୍କ ଘରୁ ଚୋରି  ହୋଇଥିଲା। ଲୁଟେରାମାନେ ଆଲମାରି ଭାଙ୍ଗି ଶାଢୀ, ସୁନା ସବୁ ନେଇଯାଇଥିଲେ।  ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସ୍‌ ୪  ନାବାଳକଙ୍କୁ ଘରୁ ଉଠାଇ ଆମି ନିର୍ଦ୍ଧୁମ ଛେଚିଥିଲା । ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲ୍‌ରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ୪ ନାବାଳକ ଅଭିଯୋଗ କରିଛନ୍ତି।

ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ଏସପିଙ୍କ ସାକ୍ଷାତ ପାଇ ନ ପାରି ସେମାନେ ଅସଂତୋଷ ଜାହିର କରିଛନ୍ତି। ତେବେ ସମସ୍ତ ଅଭିଯୋଗକୁ ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ମିଥ୍ୟା ବୋଲି କହିବା ସହ ଏମାନେ ପୂର୍ବରୁ ମଧ୍ୟ  ବହୁ ଚୋରିରେ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି ବୋଲି ସେ କହିଥିଲେ। ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

The post ୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌ appeared first on Odisha Reporter.



from Odisha Reporter https://ift.tt/2OwQxDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages