କେନାଲକୁ ଖସିଲା ବସ୍‌, ୭ ମୃତଦେହ ଉଦ୍ଧାର, ବହୁ ଏବେବି ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

କେନାଲକୁ ଖସିଲା ବସ୍‌, ୭ ମୃତଦେହ ଉଦ୍ଧାର, ବହୁ ଏବେବି ନିଖୋଜ

ଭୋପାଲ: କେନାଲକୁ ଖସି ପଡିଲା ଯାତ୍ରୀବାହୀ ବସ୍। ମଧ୍ୟପ୍ରଦେଶ ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏହି ବଡ ଧରଣର ଦୁର୍ଘଟଣା ଘଟିଛି। କେନାଲରୁ ୭ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆହୁରି ୪୭ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଆଜି ସାକାଳୁ ଏହି ଦୁର୍ଘଟଣା ଘଟିଛି।  ବସ୍‌ଟି ସିଦ୍ଧିରୁ ସତନାକୁ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କେନାଲକୁ ଖସିପଡିଥିଲା ବସ୍‌। ଏଥିରେ ମୋଟ ୫୪ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଏସଡିଆର୍‌ଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ଯାଏଁ ୭ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଉଦ୍ଧାର ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଣସାଗର ଡ୍ୟାମରୁ କେନାଲକୁ ଆସୁଥିବା ପାଣି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିଲେ ଉଦ୍ଧାର କାର୍ଯ୍ୟ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି।

କୁହାଯାଉଛି ଯେ, ଏହି ବସ୍‌ରେ ୫୪ ଯାତ୍ରୀଙ୍କ ସମେତ କିଛି ଛୁଆ ମଧ୍ୟ ଥିଲେ। କେନାଲରେ ଅଧିକ ପାଣି ଥିବାରୁ ବସଟି ପୁରାପୁରି ବୁଡି ଯାଇଛି। ଦୁର୍ଘଟଣା ପରେ ଆଖପାଖର ଗାଁ ଲୋକେ ମଧ୍ୟ ଏକାଠି ହୋଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡିଛି।

The post କେନାଲକୁ ଖସିଲା ବସ୍‌, ୭ ମୃତଦେହ ଉଦ୍ଧାର, ବହୁ ଏବେବି ନିଖୋଜ appeared first on Odisha Reporter.



from Odisha Reporter https://ift.tt/2OwJQkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages