ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର

ୱାଶିଂଟନ: ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର। ପ୍ରକାଶ ପାଇଲା ଓଡିଓ କ୍ଲିପ୍। ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା।

ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନିନ କରିଛି। ରିଲିଜ୍ ହୋଇଥିବା ୩ ମିନିଟ୍ ୨୫ ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି।

ଏହାସହ ନାସା ରୋଭର ଲ୍ୟାଣ୍ଡିଂ ବେଳର ଅନ୍ୟ ଏକ ଭିଡିଓ ମଧ୍ୟ ସାର୍ବଜନୀନ କରିଛି। ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁଲାବେଳେ ମାଇକ୍ରୋଫୋନ କାମ କରିନଥିଲା। ହେଲେ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ୍ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା ବୋଲି ରୋଭର ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି।

ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ନିର୍ଦ୍ଦେଶକ ମାଇକେଲ୍ ୱାଟକିନ୍ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ହୋଇଛି । ମଙ୍ଗଳ ଗ୍ରହରେ ଅବତରଣ ଭଳି କୌଣସି ଘଟଣାକୁ କ୍ୟାପଚର କରିବାରେ ସକ୍ଷମ ଆମେ ହୋଇପାରିଛୁ। ଏହା ଏକ ପ୍ରକୃତରେ ସବୁଠୁ ଆଶ୍ଚର୍ଯ୍ୟଜନକ ଭିଡିଓ ବୋଲି ସେ କହିଛନ୍ତି ।

ଅବତରଣ ପୂର୍ବରୁ ରୋଭରଟି ପାରାଚୁଟ୍ ସହ ହିଟ୍ ସିଲ୍ଡରୁ ଅଲଗା ହୋଇଥିଲା। ତେବେ ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ କରିବାର ଭିଡିଓ, ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା।

The post ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର appeared first on Odisha Reporter.



from Odisha Reporter https://ift.tt/3pIAVcU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages