ରାତିରେ ପୁଲିସ୍‌କୁ ଆକ୍ରମଣ‍, ସକାଳେ ମୁଖ୍ୟ ଅଭିଯୁକ୍ତର ଭାଇକୁ ଏନକାଉଣ୍ଟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ରାତିରେ ପୁଲିସ୍‌କୁ ଆକ୍ରମଣ‍, ସକାଳେ ମୁଖ୍ୟ ଅଭିଯୁକ୍ତର ଭାଇକୁ ଏନକାଉଣ୍ଟର୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମଙ୍ଗଳବାର ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ଏନକାଉଣ୍ଟରେ ମାରିଦିଆଯାଇଛି। ଯେଉଁ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି, ସେ ମୁଖ୍ୟ ଅଭିଯୁକ୍ତ ମୋତି ଧୀମରର ଭାଇ ଏଲଗାର ବୋଲି କୁହାଯାଉଛି। କାସଗଞ୍ଜର ସିଢ଼ପୁରା ଅଞ୍ଚଳରେ ନଗଲା ଧୀମର ଗାଁରେ ବେଇଆନ୍ ମଦ ବିକ୍ରି ଖବର ପାଇ ପୁଲିସ୍ ମଙ୍ଗଳବାର ରେଡ୍ କରିଥିଲା। ଏହି ସମୟରେ ପୁଲିସ୍ ଓ ମଦ ମାଫିଆଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା।

ଏହି ଏନକାଉଣ୍ଟର ପରେ ବୁଧବାର ସକାଳେ କାସଗଞ୍ଜର ଏସପି ମନୋଜ ସୋନର କହିଛନ୍ତି, ‘ମଙ୍ଗଳବାରର ଘଟଣା ପରେ କିଛି ପୁଲିସ୍ ଟିମ୍ ଦୁଇ ମୋଷ୍ଟ ୱାଣ୍ଟେଡ୍ ଅପରାଧିଙ୍କ ସମେତ ଆଉ କିଛି ଲୋକଙ୍କୁ ସନ୍ଧାନ କରୁଥିଲା। ଏହାରି ଭିତରେ କାଲି ନଦୀର ଖାଦରରେ ମଦ ମାଫିଆଙ୍କ ସହ ସଂଘର୍ଷ ହୋଇଥିଲା, ଯେଉଁଥିରେ ଗୁଳିବିନିମୟରେ ମୁଖ୍ୟ ଅଭିଯୁକ୍ତ ମୋତି ଧୀମରର ଭାଇ ଏଲଗାର ଆଘାତ ପାଇଥିଲା। ତା’ର ଅନ୍ୟ ସହଯୋଗୀ ଅନ୍ଧାରର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଘାତପ୍ରାପ୍ତ ଅଭିଯୁକ୍ତର ଚିକିତ୍ସା ପାଇଁ ସିଏଚସି ସିଢ଼ାପୁର ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।’

ସୂଚନାଯୋଗ୍ୟ, ମଙ୍ଗଳବାର ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ଠିକଣାରେ ପୁଲିସ୍‌ ରେଡ୍‌ କରିଥିଲା। ତେବେ ଏହି ସମୟରେ ପୁଲିସ୍ ଉପରକୁ ମଦ ମାଫିଆମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ପୁଲିସ୍‌ କନଷ୍ଟେବଳ ପ୍ରାଣ ହରାଇଥିବା ବେଳେ ରେଡ୍‌ରେ ସାମିଲ ଥିବା ସବ୍‌ ଇନସପେକ୍ଟର(ଏସଆଇ) ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି। ଏହାସହ ଯୋଗୀ ସରକାରଙ୍କ ତରଫରୁ ମୃତ ପୁଲିସ୍ କନଷ୍ଟେବଳଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଏବଂ ଚାକିରୀ ଦେବାକୁ ଘୋଷଣା କରିଛନ୍ତି।

The post ରାତିରେ ପୁଲିସ୍‌କୁ ଆକ୍ରମଣ‍, ସକାଳେ ମୁଖ୍ୟ ଅଭିଯୁକ୍ତର ଭାଇକୁ ଏନକାଉଣ୍ଟର୍ appeared first on Odisha Reporter.



from Odisha Reporter https://ift.tt/2MIyTMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages