ଆଉ ଏକ ହାତୀ ଛୁଆର ମୃତ୍ୟୁ, ୨୦ ଦିନରେ ଗଲାଣି ୭ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ଆଉ ଏକ ହାତୀ ଛୁଆର ମୃତ୍ୟୁ, ୨୦ ଦିନରେ ଗଲାଣି ୭ ଜୀବନ

ଭବାନୀପାଟଣା (ରାଜ କୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି। ହାତୀ ଛୁଆର ମୃତଦେହ ଘୁଷୁରିଗୁଡ଼ି ଅଞ୍ଚଳରୁ ଉଦ୍ଧାର ହୋଇଛି। ୨୦ ଦିନ ମଧ୍ୟରେ କର୍ଲପାଟ ଅଭୟାରଣ୍ୟରେ ୭ ହାତୀର ମୃତ୍ୟୁ ହେଲାଣି। ସାହାଣ ରୋଗ ଯୋଗୁ ହାତୀଙ୍କ ମୃତ୍ୟୁ ଘଟୁଥିବା କେନ୍ଦ୍ରୀୟ ଟିମ୍‌ ସ୍ପଷ୍ଟ କରିଛି। ତେବେ କେମିତି ଏହି ରୋଗ ଅଭୟାରଣ୍ୟ ଅଞ୍ଚଳରେ ବ୍ୟାପୁଛି, ତାହା ଉପରେ ତଦନ୍ତ ଚାଲିଛି।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼ ମୃତ୍ୟୁର ଅନୁଧ୍ୟାନ ପାଇଁ ୩ ଜଣିଆ କେନ୍ଦ୍ରୀୟ ୩ ଜଣିଆ ଟିମ୍‌ ଯାଇଥିଲା। ଶନିବାର ଦିନ ତମାମ ଟିମ୍‌ ସଦସ୍ୟମାନେ ଅଭୟାରଣ୍ୟରେ ବୁଲି ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ଭବାନୀପାଟଣା ଫେରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କେନ୍ଦ୍ରୀୟ ଟିମ୍‌ର ଡଃ. କରିକାଲନ ମାଥେସ, ପି.ପି ପଣ୍ଡା, ପ୍ରଫେସର ଡକ୍ଟର ନିରଞ୍ଜନ ସାହୁ, ଆରସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି.ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ହାତୀ ମୃତ୍ୟୁ ନେଇ ମାନସ ମନ୍ଥନ କରିଥିଲେ।

ଆଲୋଚନା ପରେ କୋଅଡିନେଟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟର ଡକ୍ଟର ପି.ପି ପଣ୍ଡା କହିଛନ୍ତି, ହାତୀ ମୃତ୍ୟୁର କାରଣ ହେଉଛି ହ୍ୟୁମରେଜିକ ସେପଟିସେମିଆ ବା ସାହାଣ ରୋଗ। ଏହି ରୋଗ କେମିତି ଅଭୟାରଣ୍ୟକୁ ଆସିଲା, ତାହା ଉପରେ ଅଧିକା ଅନୁଧ୍ୟାନ କରାଯାଉଛି ବୋଲି ଡକ୍ଟର ପଣ୍ଡା କହିଛନ୍ତି।

ସାହାଣ ରୋଗ ଯୋଗୁ ହାତୀଙ୍କ ମୃତ୍ୟୁ ହେଉଥିବା ନେଇ କେନ୍ଦ୍ରୀୟ ଟିମ୍‌ ସ୍ପଷ୍ଟ କରିବା ପରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁରେ ଗୋରୁଙ୍କୁ ଟିକା ଦିଆଯାଇଛି। ଏହାଛଡ଼ା ଜଳାଶୟ ଗୁଡ଼ିକରେ ବ୍ଲିଚିଂ ପକା ଯାଇଥିବା ଦେଖିବାକୁ ମିଳିଥିଲା

The post ଆଉ ଏକ ହାତୀ ଛୁଆର ମୃତ୍ୟୁ, ୨୦ ଦିନରେ ଗଲାଣି ୭ ଜୀବନ appeared first on Odisha Reporter.



from Odisha Reporter https://ift.tt/3aDxmQQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages