ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୫ ବ୍ୟାଚ୍ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ।
ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏସଟିଏଫ ଡିଆଇଜି ଶ୍ରୀ ପଙ୍କଜଙ୍କୁ ଅତିରିକ୍ତ ଭାବେ କେନ୍ଦ୍ରାଞ୍ଚଳ ଡିଆଇଜି ରୂପେ କାର୍ଯ୍ୟ କରିବାକୁ କୁହାଯାଇଛି।
ଶୁକ୍ରବାର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଅଚାନକ ଅବକାରୀ କମିଶନର ଭାବେ ବଦଳି କରାଯାଇଥିଲା। ଶ୍ରୀ ସିଂଙ୍କ ସ୍ଥାନରେ ସ୍ଥାୟୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ପଙ୍କଜଙ୍କୁ କେନ୍ଦ୍ରାଂଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଶ୍ରୀ ସିଂଙ୍କୁ ଅବକାରୀ କମିଶନର ଭାବେ ଅବସ୍ଥାପିତ କରି ସେଠାରେ ଥିବା ଆଇଏଏସ୍ ଅଞ୍ଜନ କୁମାର ମାନିକଙ୍କୁ ହଟାଇ ଦିଆଯାଇଛି।
ଅଞ୍ଜନ କୁମାର ମାନିକ ଅବକାରୀ କମିଶନର ସହ ଆଇଜି (ରେଜିଷ୍ଟ୍ରେସନ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଏବେ ସେ କେବଳ ଆଇଜି (ରେଜିଷ୍ଟ୍ରେସନ) ଭାବେ କାର୍ଯ୍ୟ କରିବେ।
The post କେନ୍ଦ୍ରାଞ୍ଚଳ ଡିଆଇଜି ହେଲେ ଜେଏନ୍ ପଙ୍କଜ appeared first on Odisha Reporter.
from Odisha Reporter https://ift.tt/3k82Txg
No comments:
Post a Comment