ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ, ଏଥର ରହିବ ପ୍ରଶ୍ନକାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ, ଏଥର ରହିବ ପ୍ରଶ୍ନକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ । ଏଥିସହ ଚଳିତ ଥର  ପ୍ରଶ୍ନକାଳ ରହିବ ।

ଆଜି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।  ମୁଲତବି ଆଲୋଚନା ଅବଧି ଦେଢ଼ ଘଣ୍ଟା ରହିବାକୁ ନିଷ୍ପତ୍ତି ହୋଇଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

କୋଭିଡ୍ କଟକଣା ଭିତରେ ବିଧାନସଭାର ବଜେଟ ଅଧିବେଶନ ବସୁଥିବାରୁ କେମିତି ହେବ ବ୍ୟବସ୍ଥା ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ୩ ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରୀଙ୍କୁ ଘେରିବାକୁ ବିରୋଧି ଯୋଜନା କରିଥିବା ବେଳେ ଶାସକ ଦଳ ଏନେଇ ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ଅଭୟ । ଗତ ଅଧିବେଶନ ତୁଳନାରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ଭିତରେ ଗୁଇନ୍ଦା ବିଭାଗର କର୍ମଚାରୀ ସାଧା ପୋଷାକଧାରୀ ମୁତୟନ ହେବେ ।  ସେହିପରି ବାହାରେ ଦୁଇଟି ଥାକରେ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯିବ । ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜି ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି । ଗତ ଅଧିବେଶନରେ ଦାବି ପୂରଣ ପାଇଁ ଅନେକ ଆତ୍ମଦାହ ଉଦ୍ୟମ ହୋଇଥିବାରୁ ଏହାକୁ ଏଡାଇବା ପାଇଁ ପୁଲିସ୍‌ ପକ୍ଷରୁ ନଜର ରଖାଯିବ ।

ପୁଲିସ୍‌ ଡିଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଯେଉଁମାନଙ୍କର କିଛି ଆପତ୍ତି ଅଭିଯୋଗ ଅଛି, ଅଭିଯୋଗ ପ୍ରକୋଷ୍ଠକୁ ଯାଆନ୍ତୁ। ଏମିତି ବେଆଇନ କାର୍ଯ୍ୟ ନକରିବାକୁ ପରାମର୍ଶ ଦେଲେ ବରିଷ୍ଠ ଅଧିକାରୀ।

The post ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ, ଏଥର ରହିବ ପ୍ରଶ୍ନକାଳ appeared first on Odisha Reporter.



from Odisha Reporter https://ift.tt/3s7nBAt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages