ନୂଆଦିଲ୍ଲୀ: ପୁଣି କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବେ ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗ। ଏହି ଭାରତୀୟ କ୍ରିକେଟରଙ୍କ ସମେତ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଓ ମୁଥିଆ ମୁରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର ଆସନ୍ତା ମାର୍ଚ୍ଚ ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ରାୟପୁରରେ ଖେଳାଯିବାକୁଥିବା ‘ଅନଏକାଡେମୀ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍’ ଟି-୨୦ ଟୁର୍ଣ୍ଣାମେଣ୍ଟ ସହ ପୁଣିଥରେ ମଇଦାନକୁ କମବ୍ୟାକ୍ କରିବେ।
ଗତବର୍ଷ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ମାତ୍ର ୪ଟି ମ୍ୟାଚ୍ ପରେ କୋଭିଡ୍ କୋଭିଡ୍ ମହାମାରୀ କାରଣରୁ ମାର୍ଚ୍ଚ ୧୧ ତାରିଖରେ ସିରିଜକୁ ସସପେଣ୍ଡ କରିଦିଆଯାଇଥିଲା। ତେବେ ବର୍ଷକ ବ୍ୟବଧାନ ପରେ ଟୁର୍ଣ୍ଣାମେଣ୍ଟକୁ ପୁଣିଥରେ ଆୟୋଜନ କରିବାକୁ ଆୟୋଜକ ଘୋଷଣା କରିଛନ୍ତି। ରାୟପୁରର ୬୫ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ନବନିର୍ମିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏଥର ସବୁ ମ୍ୟାଚ୍ ଖେଳାଯିବ।
ପ୍ରେସ୍ ରିଲିଜ୍ ମୁତାବକ, ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ବ୍ରାଏନ୍ ଲାରା, ବ୍ରେଟ୍ ଲି’, ତିଲକରତ୍ନେ ଦିଲସାନ୍, ମୁଥିଆ ମୁରଲିଧରନଙ୍କ ସହ କ୍ରିକେଟ୍ ଖେଳୁଥିବା ୫ଟି ଦେଶର ଆଉକିଛି ପୂର୍ବତନ ଷ୍ଟାର୍ ଖେଳାଳି ଏହି ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଜଲୱା ଦେଖାଇବେ। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଆୟୋଜକ ଭାରତର କିଛି ପୂର୍ବତନ କ୍ରିକେଟର୍ ଭାଗ ନେବେ। ଦେଶରେ ସଡ଼କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି।
ରୋଡ୍ ସେଫ୍ଟୀ ସିରିଜରେ ଇଣ୍ଡିଆ ଲିଜେଣ୍ଡସ ଦୁଇଟି ଯାକ ମ୍ୟାଚ୍ ଜିତି ଟପରେ ଅଛି। ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚରୁ ଗୋଟିଏ ଏବଂ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛି। ସିରିଜର ପ୍ରଥମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡସ୍ ୭ ୱିକେଟରେ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସକୁ ହରାଇଥିଲା। ସେହିପରି ୨ୟ ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡସ୍ ୭ ରନରେ ଅଷ୍ଟ୍ରେଲିଆ ଲିଜେଣ୍ଡସକୁ, ତୃତୀୟ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡସ୍ ୫ ୱିକେଟରେ ଶ୍ରୀଲଙ୍କା ଲିଜେଣ୍ଡସକୁ ଏବଂ ଚତୁର୍ଥ ମୁକାବିଲାରେ ଶ୍ରୀଲଙ୍କା ଲିଜେଣ୍ଡସ୍ ୬ ୱିକେଟରେ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସକୁ ହରାଇଥିଲା। ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଆସନ୍ତା ମାସରେ ଖେଳାଯିବ।
The post ପୁଣି ଛକା-ଚୌକା ବର୍ଷା କରିବେ ସଚିନ୍ ଓ ସେହ୍ୱାଗ appeared first on Odisha Reporter.
from Odisha Reporter https://ift.tt/3qbuhNe
No comments:
Post a Comment