ବିଜେପିରେ ସାମିଲ୍ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ବିଜେପିରେ ସାମିଲ୍ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି

ଥିରୁଅନନ୍ତପୁରମ: କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍ ରବିନ୍ଦ୍ରନ, ବି ଚିତାମ୍ୱେରେଶ ରବିବାର ବିଜେପିରେ ସାମିଲ୍ ହୋଇଛନ୍ତି। ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି ଏହି ପୂର୍ବତନ ବିଚାରପତି। କୋଚ୍ଚି ସ୍ଥିତ ତ୍ରିପୁନିଥୁରାରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁରେନ୍ଦ୍ରନଙ୍କ ବିଜୟ ଯାତ୍ରା ବେଳେ ସୀତାରମଣ ରବିନ୍ଦ୍ରନଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି।

ପୂର୍ବତନ ବିଚାରପତି ଚିତାମ୍ୱେରେଶ ଦିଲ୍ଲୀରେ ଥିବାରୁ କେରଳରେ ବ୍ୟକ୍ତିଗତ ଭାବରେ ଏହି ସଭାରେ ସାମିଲ୍ ହୋଇପାରିନଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲଭ୍ ଜିହାଦ ଆଇନକୁ ମଧ୍ୟ ସମର୍ଥନ କରିଥିଲେ ଏହି ପୂର୍ବତନ ଦୁଇ ବିଚାରପତି।

ତେବେ ପ୍ରତିକ୍ରିୟାରେ ଚିତାମ୍ୱେରେଶ କହିଥିଲେ ମୁଁ ବିଜେପି ସହିତ ଥିଲି ଏବେ ସମସ୍ତ ପ୍ରକ୍ରିୟା ସହିତ ବିଜେପିରେ ସାମିଲ୍ ହୋଇଛି। ହେଲେ ଦିଲ୍ଲୀରେ ଥିବାରୁ କୋଚ୍ଚିରେ ଆୟୋଜିତ ସଭାରେ ଯୋଗ ଦେଇପାରିଲି ନାହିଁ। ପାଠ ପଢ଼ୁଥିବା ବେଳେ ସେ ଏଭିବିପି ସହିତ ଯୋଡ଼ି ହୋଇଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କେରଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ବିଜେପି ନିଜକୁ ସଶକ୍ତ କରିବା ପାଇଁ ଅଣ୍ଟା ଭିଡିଛି। ନିକଟରେ ‘ମେଟ୍ରୋ ମ୍ୟାନ୍’ ଭାବରେ ପରିଚିତ ଶ୍ରୀଧରନ ଫେବୃଆରୀ ୨୫ରେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି।

The post ବିଜେପିରେ ସାମିଲ୍ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି appeared first on Odisha Reporter.



from Odisha Reporter https://ift.tt/301gYDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages