ରାଉରକେଲା(ସତ୍ୟାନନ୍ଦ ମହାନ୍ତି):୧୯୮୮ ମସିହାରେ ରାଉରକେଲାରେ ଖୋଲାଯାଇଥିଲା ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର । ଏହା ଓଡିଶା ସମେତ ପୂର୍ବାଞ୍ଚଳରେ ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ର ଭାବେ ପରିଚୟ ହାସଲ କରିପାରିଥିଲା । ହେଲେ ଦୀର୍ଘ ବର୍ଷ ପରେ ଏହାକୁ ଓଡ଼ିଶାରୁ ରାଞ୍ଚିକୁ ଉଠାଇ ନେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଛି ନିର୍ଦ୍ଦେଶାଳୟ। ଏଥିନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ବିଭିନ୍ନ ମହଲ ସମେତ ରାଜନୈତିକ ଦଳ ଏହାକୁ ତୀବ୍ର ବିରୋଧ କରିଛନ୍ତି।
ପୂର୍ବରୁ ବିଜୁ ଜନତା ଦଳ, ସଚେତନ ନାଗରିକ ମଞ୍ଚ ଏବଂ ଅନ୍ୟାନ୍ୟ ସଂଗଠନ ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର ସ୍ଥାନାନ୍ତରକୁ ବିରୋଧ କରିଥିବା ବେଳେ ଏବେ କଂଗ୍ରେସ ଦଳ ଏହାକୁ ବିରୋଧ କରିବା ଆରମ୍ଭ କରିଛି ।
ସୋମବାର ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ରାଉରକେଲା ADM କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନ୍ୟ ପକ୍ଷରେ ଜନ ଅଧିକାର ମଞ୍ଚ ପକ୍ଷରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମ୍ୟାଲେରିଆ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ଓକିଲ ସଂଘ ସଭାପତି ରମେଶ ବଳ, RMS ନେତା ଶଶଧର ନାୟକ, CPI ନେତା ପ୍ରଦୋଷ ମହାନ୍ତି, ଦିଗମ୍ବର ମହାନ୍ତି ଙ୍କ ସମେତ ଜନ ଅଧିକାର ମଞ୍ଚର କର୍ମକର୍ତ୍ତା ଯୋଗଦେଇଥିଲେ ।
ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ରାଉରକେଲାରେ ଏହି ପ୍ରତିଷ୍ଠାନ ରହିଥିବା ବେଳେ ଏବେ ଏହାକୁ ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ତୀବ୍ର ବିରୋଧ ସହ ପୁନଃ ସ୍ଥାପନ କରିବାକୁ ଦାବି ହେଉଛି ।
The post ରାଉରକେଲାରୁ ରାଞ୍ଚି ଉଠିଯିବ ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର, ତାତିଲେ ଲୋକ appeared first on Odisha Reporter.
from Odisha Reporter https://ift.tt/39FkhpS
No comments:
Post a Comment