ଚାଷୀଙ୍କ ରାସ୍ତାରେ ପୁଲିସ ପୋତିଲା କଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 1, 2021

ଚାଷୀଙ୍କ ରାସ୍ତାରେ ପୁଲିସ ପୋତିଲା କଣ୍ଟା

ନୂଆଦିଲ୍ଲୀ: ଶକ୍ତ ହେଲା ପୁଲିସ। ଦିଲ୍ଳୀରେ ତିଆରି କଲା ଅଭେଦ୍ୟ ଦୁର୍ଗ। ରାସ୍ତାର ଉପରେ ପୁଲିସ ପୋତିଲା କଣ୍ଟା। ଆନ୍ଦୋଳନକାରୀ ଯେପରି ଦିଲ୍ଲୀରେ ପ୍ରବେଶ ନ କରିପାରିବେ ସେଥିପାଇଁ ଗାଜିପୁର ଏବଂ ଟିକ୍ରି ସୀମାରେ ୧୨ ଲେଆର ବ୍ୟାରିକେଡିଂ କରାଯିବା ସହ ତୀକ୍ଷ୍ଣ ଲୁହା ଛଡ ସାଙ୍ଗକୁ କଣ୍ଟା ପୋତାଯାଇଛି। କେବଳ ସେତିକି ନୁହେଁ ସୀମାରେ ଚାଷୀଙ୍କୁ ଅଟକାଇବା ପାଇଁ ରୋଲର ମଧ୍ୟ ଠିଆ କରାଯାଇଛି।

୨୬ ଜାନୁଆରୀ ଦିନ ଦିଲ୍ଲୀରେ ଚାଷୀଙ୍କ ହିଂସାକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ଗାଜିପୁର-ଟିକ୍ରି ସୀମାରେ ରାସ୍ତା ଉପରେ ଲୁହା ଛଡ ପୋତାଯାଇଛି। କେବଳ ସେତିକି ନୁହେଁ କଣ୍ଟା ଯୁକ୍ତ ତାର ବାଡ ବିଛାଇଛି ପୁଲିସ। ଟିକ୍ରି ସୀମାର ବିଭିନ୍ନ ସ୍ଥାନରେ ୪ ଫୁଟ ମୋଟାର ଅସ୍ଥାୟୀ କଙ୍କ୍ରିଟ କାନ୍ଥ ମଧ୍ୟ ତିଆରି କରାଯାଇଛି। ଦିଲ୍ଲୀ ନିକଟସ୍ଥ ଏମସିଡି ଟୋଲ ନିକଟ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ଯାଇ ପୁଲିସ ଶକ୍ତ ବ୍ୟାରିକେଡ ତିଆରି କରିଛି।


ଦିଲ୍ଲୀ ପୋଲିସ କହିଛି ଯେ, କୌଣସି ଚାଷୀଙ୍କୁ ଏଠାରୁ ଦିଲ୍ଲୀ ଯିବାକୁ ଅନୁମତି ଦିଆଯିବ ନାହିଁ। ଏଠାରୁ ବାହାରି କୌଣସି ଚାଷୀ ଦିଲ୍ଲୀ ସୀମାରେ ପ୍ରବେଶ କରିପାରିବେ ନାହିଁ। ଅନ୍ୟପକ୍ଷରେ ଦିନକୁ ଦିନ ବଢ଼ୁଥିବା ସୁରକ୍ଷା ବ୍ୟବସ୍ଥା ଏବଂ ବ୍ୟାରିକେଡ୍ ଯୋଗୁଁ ଚାଷୀଙ୍କ ମଧ୍ୟରେ ଭୟ ବ୍ୟାପିବାରେ ଲାଗିଛି। କୃଷକ କହିଛନ୍ତି ଯେ ଦେଶର ଅନ୍ନଦାତାଙ୍କୁ ଅଟକାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି, ଯେପରି ଆମେ ଜଣେ କୃଷକ ନୁହଁ ବରଂ ଉପଦ୍ରବକାରୀ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ଅନେକ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ସେମାନେ ନିଜ ଜିଦରେ ଅଟଳ ଅଛନ୍ତି। ସେପଟେ ଚାଷୀଙ୍କ ଆନ୍ଦୋଳନକୁ ନେଇ ଏବେ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ଆନ୍ଦୋଳନସ୍ଥଳକୁ ଖାଲି କରିବା ପାଇଁ ସେମାନେ ଚାଷୀଙ୍କୁ ଜୋର ଦେଉଛନ୍ତି।

The post ଚାଷୀଙ୍କ ରାସ୍ତାରେ ପୁଲିସ ପୋତିଲା କଣ୍ଟା appeared first on Odisha Reporter.



from Odisha Reporter https://ift.tt/3anSN73

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages