ନୂଆଦିଲ୍ଲୀ: ଏଥର କ୍ରିକେଟ ଷ୍ଟାଡିୟମରେ ଶୁଭିବ ହୋହଲ୍ଲା ଓ କରତାଳି ଶବ୍ଦ। ଏଣିକି ଆଉ ଟିଭି ସାମ୍ନାରେ ନୁହେଁ ଷ୍ଟାଡିୟମରେ ଚେଆରରେ ବସି ନିଜ ପ୍ରିୟ ଟିମକୁ ଚିୟର କରିପାରିବେ ଦର୍ଶକ। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ମିଳିଛି ଗ୍ରୀନ ସିଗନାଲ। ଏବେ ଷ୍ଟାଡିୟମ ଭିତରେ ବସି ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ର ସେମାନେ ମଜା ନେଇପାରିବେ । କିନ୍ତୁ ସେମାନେ ପ୍ରଥମ ମ୍ୟାଚ୍ ପରେ ହିଁ ଏହି ସୁବିଧା ପାଇପାରିବେ ।
ବିସିସିଆଇ ଏବଂ ତାମିଲନାଡୁ କ୍ରିକେଟ ଆସୋସିଏସନ୍ ଭାରତ ବନାମ ଇଂଲଣ୍ଡ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି।
TNCA ର ଜଣେ ବରିଷ୍ଠ ଅଧିକାରୀ ସୋମବାର PTIକୁ ଦେଇଥିବା ସୂଚନା ଅନୁସାରେ, ଷ୍ଟାଡିୟମରେ ଥିବା ପ୍ରେସ ବକ୍ସରୁ ଉଭୟ ଟେଷ୍ଟ ମ୍ୟାଚକୁ ଗଣମାଧ୍ୟମକୁ ମଧ୍ୟ କଭର୍ କରିବାକୁ ଗଣମାଧ୍ୟମକୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଟିଏନସିଏ ଏବଂ ବିସିସିଆଇ ମଧ୍ୟରେ ହୋଇଥିବା ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଦର୍ଶକଙ୍କ ପ୍ରବେଶକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ପୂର୍ବରୁ ବିସିସିଆଇ ଏବଂ ଚେନ୍ନାଇ କ୍ରିକେଟ୍ ଆସୋସିଏସନ୍ ମିଳିତ ଭାବେ ନିର୍ଣ୍ଣୟ ନେଇଥିଲେ ଯେ, ଚେନ୍ନାଇରେ ଦୁଇଟି ଯାକ ମ୍ୟାଚ୍ ବିନା ଦର୍ଶକରେ ଅନୁଷ୍ଠିତ ହେବ । କିନ୍ତୁ ଗୃହ ମନ୍ତ୍ରଣାଳୟର ଗାଇଡ୍ଲାଇନ୍ରେ ପରିବର୍ତ୍ତନ ପରେ ଦ୍ୱିତୀୟ ମ୍ୟାଚ୍ରେ ଦର୍ଶକ ବସିବା ନେଇ ଅନୁମତି ଦିଆଯାଇଛି ।
ପ୍ରଥମ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ ଦର୍ଶକଙ୍କୁ ଏହି ମ୍ୟାଚ୍ରେ ଅନୁମତି ଦିଆଯାଇ ପାରିବନାହିଁ । ତେବେ ଚେପକ୍ ଷ୍ଟାଡିୟମ୍ର କ୍ଷମତା ୫୦ ହଜାର ଥିବାରୁ ଏହି ଷ୍ଟାଡିୟମ୍ରେ ୨୫ ହଜାର ଲୋକଙ୍କୁ ମ୍ୟାଚ୍ ଦେଖିବା ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି । କରୋନା କଟକଣା ଅନୁଯାୟୀ ସାମାଜିକ ଦୂରତା ପାଳନ କରି ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ। ସମସ୍ତ ଦର୍ଶକ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
The post ଷ୍ଟାଡିୟମରେ ବସି ଚେନ୍ନାଇ ଟେଷ୍ଟ ମ୍ୟାଚ୍ ଦେଖିବେ ଦର୍ଶକ appeared first on Odisha Reporter.
from Odisha Reporter https://ift.tt/3j8AUNs
No comments:
Post a Comment