ଭାରତୀୟ ପରିପାଟୀରେ ଦୁଃସାହସିକ କ୍ରୀଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ଭାରତୀୟ ପରିପାଟୀରେ ଦୁଃସାହସିକ କ୍ରୀଡ଼ା

ନୂଆଦିଲ୍ଲୀ: ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା। ତାହା ପୁଣି ଭାରତୀୟ ପାରଂପାରିକ ପରିପାଟୀରେ । ଧୋତି, ଶାଢ଼ୀ ପିନ୍ଧି ସ୍କି  କରି ଆମେରିକାରେ ରହୁଥିବା ଭାରତୀୟ ଦଂପତି ଦିବ୍ୟ ଓ ମଧୁ ବେଶ୍‌ ଚର୍ଚ୍ଚା ସାଉଁଟିଛନ୍ତି। ଏପରି ହଟକେ ଭିଡିଓ ଏବେ ସୋଶାଲ  ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ଖୁବ୍‌ ପସନ୍ଦ କରୁଛନ୍ତି ଦର୍ଶକ ।

ଭାରତୀୟ ପାରମ୍ପରିକ ପୋଷାକେ ସ୍କି କରୁଛନ୍ତି ପ୍ରବାସୀ ଭାରତୀୟ ଦମ୍ପତି।

ଆମେରିକାରେ ରହୁଥିବା ଭାରତୀୟ ଦଂପତି ଦିବ୍ୟ ଓ ମଧୁ  ମିନେସୋଟା ୱେଲ୍ଟ ଭିଲେଜ୍‌ରେ ଏହି ସ୍କି କରୁଛନ୍ତି । ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ    ପୋଷ୍ଟ କରିବା ପରେ ଖୁବ୍ ପସନ୍ଦ କରୁଛନ୍ତି ୟୁଜର୍ସ  । ସ୍କି କଲା ବେଳେ ସାଧାରଣତଃ ପିନ୍ଧିବାକୁ ପଡ଼େ ସ୍ୱତନ୍ତ୍ର ପୋଷାକ ଓ ସୁରକ୍ଷା ଉପକରଣ। ଦିବ୍ୟ ଓ ମଧୁ ସେସବୁ ତ ପିନ୍ଧିଛନ୍ତି, ହେଲେ ଚାପି ପାରିନାହାନ୍ତି ନିଜକୁ ଭାରତୀୟ ବୋଲି ପରିଚୟ ଦେବାର ଇଚ୍ଛାକୁ । ସେଥିପାଇଁ ଶାଢ଼ୀ ଓ ଧୋତିରେ କରିଛନ୍ତି ସ୍କି।

ଆମେରିକାରେ ରହୁଥିବା ଭାରତୀୟ ଦଂପତି ସ୍କି କରୁଛନ୍ତି।

 

କେବଳ ଦିବ୍ୟ ଓ ମଧୁ ନୁହନ୍ତି, ଆଉ ଜଣେ ଭାରତୀୟଙ୍କ ଅଜବ ଭିଡିଓ ବି ଭାଇରାଲ୍ ହେଉଛି ସୋଶାଲ ମିଡିଆରେ । ସେ ମାଇନସ୍ ୨୦ ଡିଗ୍ରୀ ସେଲ୍ସିୟସ୍ ଭଳି ଅସହ୍ୟ ଥଣ୍ଡାରେ କରିଛନ୍ତି ଭାଙ୍ଗ୍ଡ଼ା । କାନାଡ଼ାର ଲୋକପ୍ରିୟ ଡାନ୍ସର ଗୁରଦୀପ ପନ୍ଧେର୍ କିଛି ଫ୍ରେଞ୍ଚ ସାଥୀଙ୍କ ସହ ବରଫାବୃତ ଅଞ୍ଚଳରେ ଭାଙ୍ଗ୍ଡ଼ା କରୁଥିବା ଦେଖିବାକୁ ମିଳୁଛି ।

ଗୁରଦୀପ କିଛି ଫ୍ରେଞ୍ଚ ସାଥୀଙ୍କ ସହ ବରଫାବୃତ ଅଞ୍ଚଳରେ ଭାଙ୍ଗ୍ଡ଼ା କରୁଛନ୍ତି।

କାନାଡ଼ାର ୟୁକନ୍‌ରେ ସେମାନଙ୍କୁ ଭାଙ୍ଗ୍ଡ଼ା ଶିଖାଇଛନ୍ତି ଗୁରଦୀପ ।  ଏହି ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ଏହାକୁ ହଲିଉଡ୍ ଷ୍ଟାର୍ ରିଆନ୍ ରିନଲ୍ଡ ଲାଇକ୍ କରିଛନ୍ତି ।

The post ଭାରତୀୟ ପରିପାଟୀରେ ଦୁଃସାହସିକ କ୍ରୀଡ଼ା appeared first on Odisha Reporter.



from Odisha Reporter https://ift.tt/3rKdjGh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages