ବିଚ୍ ରାସ୍ତାରେ ପୁଲିସ ଉପରକୁ ଆଖିବୁଜା ଗୁଳିମାଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ବିଚ୍ ରାସ୍ତାରେ ପୁଲିସ ଉପରକୁ ଆଖିବୁଜା ଗୁଳିମାଡ

ଶ୍ରୀନଗର: ବିଚ୍‌ ରାସ୍ତାରେ ପୁଲିସ ଉପରକୁ ଗୁଳି ବର୍ଷା। ଏକେ-୪୭ ବନ୍ଧୁକ ଧରି ପେଲିସ୍ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିଲା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶ୍ରୀନଗରରେ ଏଭଳି ଆତଙ୍କବାଦୀ ଆକ୍ରମଣ ହୋଇଛି। ଶ୍ରୀନଗର ବାଘତ ବାର୍ଜୁଲା ଅଞ୍ଚଳର ଏକ ଦୋକାନରେ ପୋଲିସ୍ ଫୋର୍ସ ଛିଡ଼ା ହୋଇଥିଲେ ଏହି ସମୟରେ ହଠାତ୍ ଜଣେ ଆତଙ୍କବାଦୀ ଆସି ଫୋର୍ସ ଉପରକୁ ଗୁଳି ଚଲାଇ ଫେରାର ହୋଇ ଯାଇଛି।

ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ। ପରେ ଚିକିତ୍ସିତ ଅବସ୍ଥାରେ ଦୁହେଁ ସହିଦ ହୋଇଛନ୍ତି। ଏହି ପୁରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଉଭୟ ଜମ୍ମୁ-କାଶ୍ମୀର ପୋଲିସର କର୍ମଚାରୀ ଅଟନ୍ତି। ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଆଜି ସକାଳେ ସୋପିଆନ୍ ଜିଲ୍ଲାରେ ସୁରକ୍ଷାବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା। ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ। ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ। ତେବେ ପୁଲିସ ଉପରକୁ ଆତଙ୍କୀ ହମଲା ପଛରେ ଏହି ଘଟଣାର ଲିଙ୍କ୍ ଥିବା ଅନୁମାନ କରାଯାଉଛିା

The post ବିଚ୍ ରାସ୍ତାରେ ପୁଲିସ ଉପରକୁ ଆଖିବୁଜା ଗୁଳିମାଡ appeared first on Odisha Reporter.



from Odisha Reporter https://ift.tt/3pwA9zr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages