ପଡ଼ିଆରୁ ଅଚେତ ଅବସ୍ଥାରେ ମିଳିଲେ ୩ ଦଳିତ ନାବାଳିକା, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ପଡ଼ିଆରୁ ଅଚେତ ଅବସ୍ଥାରେ ମିଳିଲେ ୩ ଦଳିତ ନାବାଳିକା, ୨ ମୃତ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓରୁ ପୁଣି ଗୋଟିଏ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ବୁଧବାର ରାତିରେ ସ୍ଥାନୀୟ ପଡ଼ିଆରୁ ୩ ଜଣ ଦଳିତ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ବିଷକ୍ରିୟା ଯୋଗୁ ଏଭଳି ହୋଇଥିବା ପୁଲିସ ଜାଣିବାକୁ ପାଇଛି।

ଉନ୍ନାଓ ଏସପି ଆନନ୍ଦ କୁଲକର୍ଣ୍ଣି କହିଛନ୍ତି, ଦୁଇ ଜଣ ଝିଅ ହସ୍ପିଟାଲରେ ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କୁ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସ୍ଥାନୀୟ ପଡ଼ିଆକୁ ଘାସ କାଟିବା ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ବିଷକ୍ରିୟା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଆମେ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛୁ। ତଦନ୍ତ ପାଇଁ ମୋଟ ୬ଟି ଟିମ୍‌ ଗଠନ କରାଯାଇଛି। ଘଟଣାସ୍ଥଳରୁ ଏକାଧିକ ଜିନିଷ ମିଳିଛି। ଆମେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଘଟଣାର ମୂଳରେ ପହଞ୍ଚିବା ପାଇଁ ପୁଲିସ୍‌ ଗାଁ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି। ଘଟଣାଟି ଗୋଟିଏ ଖୋଲା ପଡ଼ିଆରେ ଘଟିଛି। ତେଣୁ ସେଠାରେ ସିସିଟିଭି ମଧ୍ୟ ନାହିଁ। ତଥାପି ପୁଲିସ୍‌ ସବୁ ଦିଗକୁ ବିଚାର କରି ଖୋଳତାଡ଼ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍ ସାକ୍ଷୀ ଓ ଡାକ୍ତରମାନଙ୍କ ବୟାନ ରେକର୍ଡ କରିଛି। ପ୍ରାଣ ହରାଇଥିବା ଜଣେ ନାବାଳିକାଙ୍କ ମା’ କହିଛନ୍ତି, ମୋ ଝିଅର ମୁହଁରୁ ଫେଣ ବାହାରୁ ଥିଲା। ତା’ର ଡ୍ରେସ ଠିକଠାକ ରହିଥିଲା। କିନ୍ତୁ ତାଙ୍କ ବେକରେ ଓଢ଼ଣୀ ଜୋରରେ ବନ୍ଧା ଯାଇଥିଲା। ତେଣୁ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ନାବାଳିକାର ଉତ୍ତମ ଚିକିତ୍ସା ପାଇଁ ଦଳିତ ଗ୍ରୁପ୍ର ସଦସ୍ୟ ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଦାବି କରିଛନ୍ତି। ତୁରନ୍ତ ଝିଅଟିକୁ ଏମ୍ସରେ ଭର୍ତ୍ତି କରାଯାଉ ବୋଲି ସେମାନେ କହିଛନ୍ତି। ଆଜାଦ ଟ୍ୱିଟ କରି କହିଛନ୍ତି, ଅସୁସ୍ଥ ଥିବା ଝିଅକୁ ତୁରନ୍ତ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଉ। ଭାରତରେ ଦଳିତଙ୍କୁ ନିୟମିତ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି।

The post ପଡ଼ିଆରୁ ଅଚେତ ଅବସ୍ଥାରେ ମିଳିଲେ ୩ ଦଳିତ ନାବାଳିକା, ୨ ମୃତ appeared first on Odisha Reporter.



from Odisha Reporter https://ift.tt/3avG3g7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages