ଚଣ୍ଡିଗଡ଼: ପଞ୍ଜାବର କ୍ଷମତାସୀନ କଂଗ୍ରେସ ଶେଷରେ ମୋହାଲି ମହାନଗର ନିଗମରେ ମଧ୍ୟ ବାଜିମାତ କରିଛି। ଗତକାଲି ଫଳାଫଳ ପ୍ରକାଶ ପାଇଥିବା ୮ଟି ମହାନଗର ନିଗମରୁ କଂଗ୍ରେସ ୭ଟି ଜିତିଥିଲା। ଆଜି ମୋହଲି ରେଜଲ୍ଟ ମଧ୍ୟ କଂଗ୍ରେସ ସପକ୍ଷରେ ଯାଇଛି। ଏହାର ଅର୍ଥ କଂଗ୍ରେସ ସମସ୍ତ ୮ଟି ଯାକ ମହାନଗର ନିଗମ ନିଜ କବଜାକରୁ ନେଇଛି। ମୋହାଲିରେ ଥିବା ୫୦ଟି ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ୩୫ଟିରେ ଜିତିଛନ୍ତି।
ବର୍ତ୍ତମାନ ସୁଦ୍ଧା ୪୭ଟି ୱାର୍ଡର କାଉଣ୍ଟିଂ ଶେଷ ହୋଇଛି। ଏହା ମଧ୍ୟରୁ କଂଗ୍ରେସ ୩୫ଟିରେ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୧୨ଟିରେ ଜିତିଛନ୍ତି। ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ବଲବୀର ସିଂହ ସିଦ୍ଧୁଙ୍କ ଭାଇ ଅମରଜିତ ସିଂହ ସିଦ୍ଧୁ ମୋହାଲି ମହାନଗର ନିଗମର ୧୦ନଂ ୱାର୍ଡରୁ ବିଜୟୀ ହୋଇଛନ୍ତି।
କଂଗ୍ରେସ ମୋଗା, ହୋଶିଆରପୁର, କାପୁରଥାଲା, ଅବୋହର, ପଠାନକୋଟ, ବାଟଲା ଓ ବଥିଣ୍ଡାରେ ବି ଗତକାଲି ଜିତିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଥିଣ୍ଡାରେ କଂଗ୍ରେସ ୫୩ ବର୍ଷ ପରେ ଜିତିବାକୁ ସକ୍ଷମ ହୋଇଛି। ୫୩ ବର୍ଷ ପରେ ଏଠାରେ କଂଗ୍ରେସ ମେୟର କାର୍ଯ୍ୟ କରିବା ଆରମ୍ଭ କରିବେ। ବଥିଣ୍ଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ହେଉଛନ୍ତି, ଶିରୋମଣି ଅକାଳୀ ଦଳର ହରସିମରତ ବାଦଲ।
ଶିରୋମଣି ଦୀର୍ଘ ବର୍ଷ ହେଲାଣି ବିଜେପି ସହ ରହିଥିଲା। ହେଲେ କୃଷି ଆଇନକୁ ବିରୋଧ କରି ଦଳ ବିଜେପିକୁ ବାଏବାଏ କହିଛନ୍ତି। ବାଦଲ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବଥିଣ୍ଡା ସହରାଞ୍ଚଳ ବିଧାନସଭା ଆସନରେ କିନ୍ତୁ କଂଗ୍ରେସ ଜିତିଥିଲା। ଏଠାରୁ ଜିତିଥିବା ମନପ୍ରୀତ ସିଂହ ବାଦଲ ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ନିର୍ବାଚନରେ ମୋଟ ୯,୨୨୨ ଜଣ ପ୍ରାର୍ଥୀ ରହିଥିଲେ। ଏମାନଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ୨,୮୩୨ ରହିଥିବା ବେଳେ କଂଗ୍ରେସ ୨୦୩୭ ଜଣଙ୍କୁ ଲଢ଼େଇ ମୈଦାନକୁ ଓହ୍ଲାଇଥିଲା। କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଯୋଗୁ ବ୍ୟାକଫୁଟରେ ଥିବା ବିଜେପି ମାତ୍ର ୧୦୦୩ ଜଣ ପ୍ରାର୍ଥୀ ଛିଡ଼ା କରିଥିଲା। ଶିରୋମଣି ଅକାଳୀ ଦଳ ମଧ୍ୟ ୧୫୬୯ ଜଣଙ୍କୁ ଲଢ଼େଇ ମୈଦାନକୁ ଛାଡ଼ିଥିଲା।
The post ମୋହାଲି ମହାନଗର ନିଗମ ବି ଜିତିଲା କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/2NA6gRy
No comments:
Post a Comment