ଯାତ୍ରା ବନ୍ଦ କଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ଯାତ୍ରା ବନ୍ଦ କଲା ପ୍ରଶାସନ

ଖୋର୍ଦ୍ଧା(ବଳରାମ ଲେଙ୍କା): ଅନୁମତି ନନେଇ ଯାତ୍ରା ପରିବେଷଣ କରାଯାଉଥିଲା। ଏ ନେଇ ଅଭିଯୋଗ ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ଯାତ୍ରା ବନ୍ଦ କରିଛନ୍ତି। ମହାମାରୀ କରୋନାର ଲେଉଟାଣୀ ଆଶଙ୍କା କରି ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଯାତ୍ରା ବନ୍ଦ ପରେ ଯାତ୍ରା କଳାକାର ଓ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତ ୧୯ ତାରିଖରୁ ବେଗୁନିଆରେ ଯାତ୍ରା ପରିବେଷଣ କରୁଥିଲା ରଙ୍ଗମହଲ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେଇନଥିଲେ। ପ୍ରଥମ ରଜନୀରେ ରଙ୍ଗମହଲ ପରିବେଷଣ କରିଥିବା ନାଟକକୁ ୨୦୦୦ରୁ ଅଧିକ ଲୋକ ଦେଖିଥିବା ଅଭିଯୋଗ ହୋଇଥିଲା। ପରେ ଶନିବାର ରାତିରେ ବେଗୁନିଆ ଆଇଆଇସି ଓ ତହସିଲଦାର ମଞ୍ଚ ନିକଟକରେ ପହଞ୍ଚିଥିଲେ। ଯାତ୍ରା ପାଇଁ ଅନୁମତି ନେଇଛନ୍ତି କି ନାହିଁ ଆୟୋଜକଙ୍କୁ ପଚାରିଥିଲେ। ମାତ୍ର ଆୟୋଜକମାନେ ଅନୁମତି ନେଇନଥିବା କହିଥିଲେ। ଏହା ପରେ ଯାତ୍ରା ପରିବେଷଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାରୁ ପ୍ରକାଶ, କରୋନା ଗାଇଡଲାଇନ୍‌ ଅନୁସାରେ ୨୦୦ରୁ ଅଧିକ ଲୋକଙ୍କୁ ଏକତ୍ର ହୋଇପାରିବେ ନାହିଁ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ମାତ୍ର ରଙ୍ଗମହଲ ଯାତ୍ରା ଅନୁଷ୍ଠାନ ନାଟକ ପରିବେଷଣ ପାଇଁ ପ୍ରଶାସନଠାରୁ ଅନୁମତି ନେଇନଥିଲା।

ମହାମାରୀ ପାଇଁ ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ମଞ୍ଚ ବନ୍ଦ ରହିଛି। ଯାତ୍ରା କଳାକାରମାନେ ନାନା ଆର୍ଥିକ ସ୍ଥିତି ଦେଇ ଗତି କରୁଛନ୍ତି। କିଏ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଇଗଲାଣି ତ ଆଉ କିଏ ମୁଲମଜୁରୀ ଲାଗୁଛି। କଳାକାରଙ୍କ ଆର୍ଥିକ ମେରୁଦଣ୍ଡ ପୂରାପୂରି ଦୋହଲି ଯାଇଛି। କରୋନାର କୋପ କମିବା ପରେ ସବୁ ସେକ୍ଟରକୁ ଧୀରେ ଧୀରେ ଖୋଲିଲେ ସରକାର। ତେଣୁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିବ ଆଶା କରି ପାର୍ଟି ମାଲିକମାନେ ନାଟକ ରିହଲ୍‌ସେଲ୍‌ କଲେ। ହେଲେ ଏବେ ନାଟକ ପରିବେଷଣ ପାଇଁ ଅନୁମତି ଦେଉନାହାନ୍ତି ସରକାର।ଯାହାକୁ ନେଇ କଳାକାର ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

The post ଯାତ୍ରା ବନ୍ଦ କଲା ପ୍ରଶାସନ appeared first on Odisha Reporter.



from Odisha Reporter https://ift.tt/3bmFK6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages