ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଆଗରେ ୪୨୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ଥିବା ଇଂଲିଶ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୭୮ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ଚମତ୍କାର ବୋଲିଂ କରି ୬ଟି ୱିକେଟ୍ ନେଇଛନ୍ତି।
୨ୟ ଇନିଂସରେ ମଧ୍ୟ ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ସ୍କୋର କରିଛନ୍ତି। ରୁଟ୍ ମାତ୍ର ୩୨ ବଲର ସାମ୍ନା କରି ୭ ଚୌକା ସହ ୪୦ ରନର ଇନିଂସ୍ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଲି ପୋପ୍ ୨୮, ଡମ୍ ବେସ୍ ୨୫, ଜୋସ ବଟଲର୍ ୨୪, ଡାନ୍ ଲରେନ୍ସ ୧୮ ଓ ଡମ୍ ସିବଲେ ୧୬ ରନ୍ କରି ଆଉଟ୍ ହୋଇଛନ୍ତି। ଭାରତର ଅନ୍ୟ ବୋଲରଙ୍କ ମଧ୍ୟରେ ଶାହାବାଜ ନଦୀମ ୨ଟି, ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।
ଏହା ପୂର୍ବରୁ ଭାରତ ଆଜି ପ୍ରଥମ ଇନିଂସରେ ୩୩୭ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୮୫ ରନର ଇନିଂସ୍ ଖେଳିଥିବା ବେଳେ ତାଙ୍କର ଅଶ୍ୱିନ୍ (୩୧) ଭଲ ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୮୦ ରନର ପାର୍ଟନରଶିପ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଡମ୍ ବେସ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର ଓ ଜ୍ୟାକ୍ ଲିଚ୍ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।
The post ଭାରତକୁ ୪୨୦ ରନର ଟାର୍ଗେଟ୍ appeared first on Odisha Reporter.
from Odisha Reporter https://ift.tt/2LvUZ4b
No comments:
Post a Comment