ବନ୍ଧୁ ଘରୁ ଫେରୁଥିଲେ, ଜଳିଗଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ବନ୍ଧୁ ଘରୁ ଫେରୁଥିଲେ, ଜଳିଗଲା କାର୍‌

ସାଲେପୁର(ମନୋଜ ଆଚାର୍ଯ୍ୟ): ଚଳନ୍ତା କାର୍‌ରେ ଲାଗିଲା ନିଆଁ। ଫଳରେ ରାସ୍ତା ଉପରେ ଜଳିଗଲା କାର୍ । ତେବେ ସୌଭାଗ୍ୟବଶତଃ କାର୍‌ରେ ଥିବା ୨ ଶିଶୁଙ୍କ ସମେତ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକ ମାହାଙ୍ଗା ମଧୁପୁରଠାରେ ରାସ୍ତା ଉପରେ ଆଜି ହୁ ହୁ ହୋଇ କାର୍‌ଟି ଜଳିଯାଇଥିବା ଦେଖିବାକୁ ମିଳିଛି ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପୁରୁଷୋତ୍ତମପୁରର ଦିଲ୍ଲୀପ ବିଶ୍ୱାଳ ନିଜ ପରିବାର ସହ ମାହାଙ୍ଗାରେ ଥିବା ବନ୍ଧୁଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ମଧୁପୁରଠାରେ ହଠାତ୍ କାର୍‌ରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସେ ରାସ୍ତା ଉପରେ ହିଁ ଗାଡ଼ି ରଖି ପରିବାର ଲୋକଙ୍କୁ ବାହାରକୁ ବାହାର କରିଦେଇଥିଲେ । କାର୍‌ଟି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁଆଁପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।

The post ବନ୍ଧୁ ଘରୁ ଫେରୁଥିଲେ, ଜଳିଗଲା କାର୍‌ appeared first on Odisha Reporter.



from Odisha Reporter https://ift.tt/3aIK2EW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages